
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଓଡ଼ିଆ ଫିଲ୍ମ୍ ‘ଇସ୍କ୍ ପୁଣିଥରେ’। ଏଥିରେ ଅରିନ୍ଦମ୍ ଏବଂ ଏଲିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ପିଲ୍ମଟି ଗଣେଶ ପୂଜାରେ ରିଲିଜ୍ ହେବାକୁ ଯାଉଛି। ତେବେ ରିଲିଜ୍ ପୂର୍ବରୁ ଏହି ଫିଲ୍ମର କିଛି ଗୀତ ଏବେ ହିଟ୍ ହୋଇଗଲାଣି। ନିକଟରେ ‘ଏଥର ଗଣେଶ ପୂଜାରେ ଦଶହରାର ମଜା’ ଗୀତ ରିଲିଜ୍ ହୋଇଛି। ଏଥିରେ ଧୁମ୍ଧଡାକା ମ୍ୟୁଜିକ୍ ସାଙ୍ଗକୁ ଗୀତରେ ଜବରଦସ୍ତ ଜ୍ୟାନ୍ସ ମଧ୍ୟ ରହିଛି।
ଏହି ଗୀତଟିକୁ ଏପର୍ଯ୍ୟନ୍ତ ୟୁଟ୍ୟୁବ୍ରେ ୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
ସୂଚନାଯୋଗ୍ୟ ‘ଇସ୍କ୍ ପୁଣିଥରେ’ ଫିଲ୍ମ ୨୦୧୫ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ଇଷ୍କ ତୁ ହି ତୁ’ ଫିଲ୍ମର ସିକ୍ୱେଲ୍। ଫିଲ୍ମର ନିର୍ଦ୍ଦେଶନା ଜ୍ୟୋତି ଦାସ ଦେଇଛନ୍ତି।
from Odisha Reporter https://ift.tt/2wPjyyi
No comments:
Post a Comment