ସାବଧାନ୍! ମା’ ଲକ୍ଷ୍ମୀଙ୍କ ଭୁଲ୍‌ ପୂଜା ଯୋଗୁ ମିଳିପାରେ ଓଲଟା ଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ସାବଧାନ୍! ମା’ ଲକ୍ଷ୍ମୀଙ୍କ ଭୁଲ୍‌ ପୂଜା ଯୋଗୁ ମିଳିପାରେ ଓଲଟା ଫଳ

laxmi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ମା’ଙ୍କ କୃପା ଥିଲେ, ପରିବାରରେ ଧନର ଅଭାବ ରହିବ ନାହିଁ, ସବୁବେଳେ ସୁଖ ସମୃଦ୍ଧି ଲାଗି ରହିବ। ତେଣୁ ମା’ଙ୍କ କୃପା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇବା ସହ ମା’ଙ୍କ ମୂର୍ତ୍ତି ରଖି ପୂଜା ମଧ୍ୟ କରିଥା’ନ୍ତି।

ତେବେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଘରେ ରଖି ପୂଜା କରିବାର କିଛି ନିୟମ ରହିଛି। ଶାସ୍ତ୍ରରେ ଏନେଇ ମଧ୍ୟ ଉଲ୍ଲେଖ ରହିଛି। ‘ଠାକୁର ଘରେ’ ମା’ଙ୍କ ମୂର୍ତ୍ତି ଠିକ୍‌ରେ ନ ରଖିଲେ, ଫଳ ଓଲଟା ହୋଇପାରେ। ସେହିପରି ମା’ଙ୍କୁ ଠିକ୍‌ ଭାବେ ପୂଜା ନକଲେ ମଧ୍ୟ ସୁଖ ସମୃଦ୍ଧି ମିଳିବା ବଦଳରେ ଦୁର୍ଗତି ଆପଣଙ୍କ ଉପରକୁ ମାଡ଼ି ଆସିବାର ଆଶଙ୍କା ରହିଛି।

ଏବେ ଆସନ୍ତୁ ଜାଣିବା କେଉଁଠି ଓ କେମିତି ମା’ଙ୍କୁ ରଖି ପୂଜା କରିବା ଉଚିତ୍‌।

  •  କିଛି ଲୋକ ଘରେ ମା’ଙ୍କ ଛିଡ଼ା ହୋଇଥିବା ମୂର୍ତ୍ତି ରଖି ପୂଜା କରିଥା’ନ୍ତି। ହେଲେ ମା’ଙ୍କୁ ଛିଡ଼ା କରି ରଖିବା ଅନୁଚିତ। ଶାସ୍ତ୍ର ଅନୁସାରେ, ମା’ଙ୍କର ଏହି ଛିଡ଼ା ହୋଇଥିବା ମୂର୍ତ୍ତିକୁ ପୂଜା କଲେ, ଫଳ ଓଲଟା ହୋଇଥାଏ।
  •  ପୁରାଣ ଅନୁସାରେ ଦେବୀ ଲକ୍ଷ୍ମୀ ଚଞ୍ଚଳା ହୋଇଥାନ୍ତି। ମା’ କୌଣସି ସ୍ଥାନରେ ଅଧିକ ସମୟ ରହି ପାରିନଥା’ନ୍ତି। ଆଉ ମା’ଙ୍କ ଛିଡ଼ା ହେବା ମୂର୍ତ୍ତି ଘରେ ରଖିଲେ, ସେ ସେହି ସ୍ଥାନ ଛାଡ଼ି ଚାଲି ଯାଇଥା’ନ୍ତି। ତେଣୁ ଘରେ ସବୁବେଳେ ମା’ଙ୍କ ବସିଥିବା ମୂର୍ତ୍ତି ରଖି ପୂଜା କରନ୍ତୁ।
  • ମା’ଙ୍କ ବାହନ ହେଉଛି ପେଚା। ପେଚା ମଧ୍ୟ ମା’ଙ୍କ ପରି ଚଞ୍ଚଳ। ସେ ମଧ୍ୟ କୌଣସି ସ୍ଥାନରେ ଅଧିକ ସମୟ ରହି ପାରିନଥାଏ। ତେଣୁ କେବେ ବି ପେଚା ଉପରେ ମା’ ବସିଥିବାର ମୂର୍ତ୍ତି ରଖି ପୂଜା କରନ୍ତୁ ନାହିଁ।
  •  ଅଧିକାଂଶ ଘରେ ମା’ ଲକ୍ଷ୍ମୀଙ୍କୁ ଗଣେଶଙ୍କ ପାଖରେ ରଖି ପୂଜା କରାଯାଇଥାଏ। ମା’ଙ୍କୁ ଏପରି ରଖିବା ଭୁଲ୍‌, ବୋଲି ଶାସ୍ତ୍ରରେ କୁହାଯାଇଛି। ମା’ ହେଉଛନ୍ତି ଭଗବାନ ବିଷ୍ଣଙ୍କ ପତ୍ନୀ। ତେଣୁ ମା’ଙ୍କ ମୂର୍ତ୍ତି, ବିଷ୍ଣୁଙ୍କ ମୂର୍ତ୍ତି ପାଖରେ ରଖି ପୂଜା କଲେ ଶୁଭ ଫଳ ମିଳିଥାଏ।
  •  କେବଳ ଦୀପାବଳି ସମୟରେ ହିଁ ମା’ ଲକ୍ଷ୍ମୀ ଏବଂ ଗଜାନନଙ୍କ ମୂର୍ତ୍ତି ଏକାଠି ରଖି ପୂଜା କରାଯିବାର ବିଧି ରହିଛି। ଏହିଦିନ ଘରେ ସୁଖ ସମୃଦ୍ଧି ଆଣିବାକୁ ମା’ ଲକ୍ଷ୍ମୀ ଏବଂ ଗଣେଶଜୀଙ୍କୁ ଏକାଠି ପୂଜା କରାଯାଇଥାଏ।
  •  ମା’ଙ୍କ ମୂର୍ତ୍ତିକୁ କେବେ ବି କାନ୍ଥକୁ ଲଗାଇ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ରରେ ଏହାକୁ ଏକ ଦୋଷ ବୋଲି ବିବେଚନା କରାଯାଏ। ମା’ଙ୍କ ମୂର୍ତ୍ତି ଓ ଘରର କାନ୍ଥ ମଧ୍ୟରେ ବ୍ୟବଧାନ ରହିବା ଉଚିତ୍‌।
  • ପୂଜା ଘରେ ଦେବଦେବୀଙ୍କ ମୂର୍ତ୍ତି ଉଚିତ୍‌ ଦିଗରେ ରହିବା ଉଚିତ୍‌। ବାସ୍ତୁଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ସବୁବେଳେ ଉତ୍ତର ଦିଗକୁ ରହିବା ଉଚିତ୍‌। ଏହି ଦିଗରେ ମା’ଙ୍କ ମୂର୍ତ୍ତି ରହିଲେ, ଶୁଭ ଫଳ ମିଳିଥାଏ।
  • କିଛି ଲୋକ ପୂଜା ଘରେ ମା’ ଲକ୍ଷ୍ମୀଙ୍କ ଏକାଧିକ ମୂର୍ତ୍ତି ଓ ଫଟୋ ରଖି ପୂଜା କରିଥା’ନ୍ତି। ହେଲେ ଶାସ୍ତ୍ରରେ ଏହାକୁ ବର୍ଜନ କରାଯାଇଛି। କେବେ ବି ମା’ ଲକ୍ଷ୍ମୀଙ୍କ ଏକାଧିକ ମୂର୍ତ୍ତି ଓ ଫଟୋ ଘରେ ରଖନ୍ତୁ ନାହିଁ।


from Odisha Reporter https://ift.tt/2M8lkPY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages