
ମୁମ୍ବାଇ: ‘କୌନ୍ ବନେଗା କରୋଡ୍ପତି’ର ଦ୍ୱିତୀୟ ଏପିସୋଡ୍ରେ ଗତକାଲି ହଟ୍ ସିଟ୍ରେ ବସିଥିଲେ ବିହାରର ସୋମେଶ କୁମାର ଚୌଧରୀ। ସେ ଜଣେ ରେଳବାଇ କର୍ମଚାରୀ।
ତାଙ୍କୁ ରେଳବାଇ ସଂପର୍କିତ ଏକ ପ୍ରଶ୍ନ ପଚରା ଯାଇଥିଲା। ତେବେ ସେ ଏହାର ଉତ୍ତର ଦେଇ ପାରି ନଥିଲେ। ପ୍ରଶ୍ନଟି ଥିଲା- ପିଏନ୍ଆର୍ (PNR)ରେ ‘ଆର୍’ର ଅର୍ଥ କ’ଣ?
ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ସେ ଲୋକଙ୍କ ସାହାଯ୍ୟ ନେଇଥିଲେ। ପ୍ରଶ୍ନଟିର ସଠିକ୍ ଉତ୍ତର ଥିଲା- ‘ରେକର୍ଡ’। ପିଏନ୍ଆର୍ ହେଉଛି ପାସେଞ୍ଜର ନେମ୍ ରେକର୍ଡ (Passenger Name Record)।
ଅବଶ୍ୟ ଏହା ପରେ ସୋମେଶ ଭଲ ଖେଳିଥିଲେ। ସେ ୨୫ ଲକ୍ଷ ଟଙ୍କା ଜିତିଛନ୍ତି। ସେ ଆଜି ବି ଖେଳିବେ। ପରବର୍ତ୍ତୀ ପ୍ରଶ୍ନର ଉତ୍ତର ଭୁଲ୍ କହିଲେ ତାଙ୍କ ପୁରସ୍କାର ରାଶି ୧୨.୫ ଲକ୍ଷ ଟଙ୍କାକୁ ଖସି ଯିବ। ତାଙ୍କର ଚାରୋଟି ଯାକ ଲାଇଫ୍ ଲାଇନ୍ ଶେଷ ହୋଇଯାଇଛି।
from Odisha Reporter https://ift.tt/2PDR8OW
No comments:
Post a Comment