ସମଲିଙ୍ଗୀଙ୍କ ବିଜୟ ବାନାରେ ଥିବା ୬ଟି ରଙ୍ଗ କେଉଁ ପ୍ରତୀକକୁ ବୁଝାଏ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ସମଲିଙ୍ଗୀଙ୍କ ବିଜୟ ବାନାରେ ଥିବା ୬ଟି ରଙ୍ଗ କେଉଁ ପ୍ରତୀକକୁ ବୁଝାଏ ?

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ୩୭୭ ଧାରା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଆସିବା ପରେ, ସମଲିଙ୍ଗୀ ସମ୍ପ୍ରଦାୟ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ବ୍ରିଟିଶ୍ ଶାସନ କାଳରୁ ରହି ଆସିଥିବା ଏହି ସାମାଜିକ ଏବଂ ଆଇନ୍‌ଗତ କଟକଣା ହଟିଯିବା ପରେ, ଏଲ୍‌ଜିବିଟି କମ୍ୟୁନିଟି ମଧ୍ୟରେ ସ୍ୱାଧୀନ ଜୀବନଯାପନକୁ ନେଇ ଏକ ନୂତନ ଆଶା ସଞ୍ଚାର ହୋଇଛି।

୩୭୭ ଧାରାକୁ ଅପରାଧିକ ଶ୍ରେଣୀରୁ ମୁକ୍ତ ହେବା ପରେ, ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଅନେକ ସ୍ୱାଗତ କରିଛନ୍ତି। ଦୀର୍ଘ ୨୪ ବର୍ଷ ଧରି ଆଇନଗତ ଲଢ଼େଇ ପରେ ଶେଷରେ ନ୍ୟାୟ ପାଇଛନ୍ତି ସମଲିଙ୍ଗୀ ସମ୍ପ୍ରଦାୟ। ଦୀର୍ଘଦନ ଧରି ସାମାଜିଜ ଲାଞ୍ଛନାରେ ସଢ଼ି ଆସୁଥିବା ଏହି ସମ୍ପ୍ରଦାୟ ପାଇଁ ୦୬ ଅଗଷ୍ଟ ୨୦୧୮ ଥିଲା ଏକ ଐତିହାସିକ ଦିନ।

ଗତ ଗୁରୁବାର ଦିନ ଏହି ରାୟ ଆସିବା ପରେ, ସମଲିଙ୍ଗୀ ସମ୍ପ୍ରଦାୟ ଖୁସିରେ ଫାଟି ପଡ଼ିଥିଲେ। ସେମାନେ ବି ବିଜୟ ବାନା ଉଡ଼ାଥିଲେ। ଏହି ଖୁସିର ମୁହୂର୍ତ୍ତକୁ ସେଲିବ୍ରେଟ୍ କରିବା ପାଇଁ ରାଜରାସ୍ତାରେ ୬ଟି ରଙ୍ଗ ଥିବା ପତାକା ଫର୍‌ ଫର୍‌ ହୋଇ ଉଡ଼ିଥିଲା। ନାଚ ଗୀତ, ପରସ୍ପରକୁ ଶୁଭେଚ୍ଛା ଏବଂ ବ୍ୟାଣ୍ଡ ବାଜାରେ କମ୍ପି ଉଠିଥିଲା ପରିବେଶ।

ସବୁ ଆନ୍ଦୋଳନ ପାଇଁ ବ୍ୟବହାର ହେଉଥିବା ପତାକା ପଛରେ ଯେମିତି ଏକ ଉଦ୍ଦେଶ୍ୟ ଏବଂ ଅର୍ଥ ଥାଏ, ଠିକ୍‌ ସେମିତି ଏଲ୍‌ଜିବିଟି ଲଢ଼େଇରେ ବ୍ୟବହାର ହୋଇଥିବା ପତାକା ପଛରେ ମଧ୍ୟ ରହିଛି ଏକ ଉଦ୍ଦେଶ୍ୟ। ଏହି ପତାକାରେ ୬ଟି ରଙ୍ଗ ରହିଛି। ତାହା ହେଉଛି ଲାଲ୍‌, କମଳା, ହଳଦିଆ, ସବୁଜ, ନୀଳ ଓ ବାଇଗଣୀ। ଆସନ୍ତୁ ଜାଣିବା ଏହି ୬ଟି ରଙ୍ଗ କେଉଁ ସଙ୍କେତକୁ ସୂଚାଉଛି।

  • ଲାଲ: ଜୀବନର ପ୍ରତୀକ
  • କମଳା: ଗର୍ବର ପ୍ରତୀକ
  • ହଳଦିଆ: ସୂର୍ଯ୍ୟ କିରଣ ତଥା ଶକ୍ତିର ପ୍ରତୀକ
  • ସବୁଜ: ପ୍ରକୃତିର ପ୍ରତୀକ
  • ନୀଳ: ଶାନ୍ତିର ପ୍ରତୀକ
  • ବାଇଗଣି: ମେଘମାଳାର ରଙ୍ଗ ବାଇଗଣୀ ହେଉଛି ଶକ୍ତି ଅର୍ଥାତ କିଛି କରିବା ପାଇଁ ଜାଗ୍ରତ ଇଚ୍ଛାକୁ (spirit)କୁ ବୁଝାଇଥାଏ


from Odisha Reporter https://ift.tt/2NqhM06

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages