
ଓଭାଲ୍: ଭାରତ ବିପକ୍ଷରେ ନିଜ ଅନ୍ତର୍ଜାତୀୟ କ୍ୟାରିୟର୍ର ଶେଷ ମ୍ୟାଚ୍ ଖେଳୁଥିବା ଇଂଲିଶ ଓପନର୍ ଆଲିଷ୍ଟର୍ କୁକ୍ ଓଭାଲ୍ ପଡ଼ିଆକୁ ଓହ୍ଲାଇବା କ୍ଷଣି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଭାରତ ବିପକ୍ଷରେ ସବୁଠାରୁ ଅଧିକ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ ମଧ୍ୟରେ କୁକ୍ ଏବେ ବିଶ୍ୱର ଏକ ୧ ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।
କୁକ୍ଙ୍କ ପୂର୍ବରୁ ଭାରତ ବିପକ୍ଷରେ ୨୯ଟି ଟେଷ୍ଟ୍ ମ୍ୟାଚ୍ ଖେଳି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହି ରେକର୍ଡ ନିଜ ନାଁରେ କରିଥିଲେ। କିନ୍ତୁ ଏବେ କୁକ୍ ଭାରତ ବିପକ୍ଷରେ ୩୦ଟି ଟେଷ୍ଟ୍ ମ୍ୟାଚ୍ ଖେଳି ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି। କୁକ୍ ଓ ପଣ୍ଟିଂଙ୍କ ବ୍ୟତୀତ କ୍ଲାଇଭ ଲୟଡ୍ ଓ ଜାଭେଦ୍ ମିଆଁଦାଦ୍ ଭାରତ ବିପକ୍ଷରେ ୨୮ଟି ଲେଖାଏ ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି।

ସେହିପରି ଇଂଲଣ୍ଡର ଦ୍ରୁତ ବୋଲର୍ ଜେମ୍ସ ଆଣ୍ଡରସନ୍ ଭାରତ ବିପକ୍ଷରେ ୨୭ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୨୫ଟି ମ୍ୟାଚ୍ ଖେଳି ୱେଷ୍ଟଇଣ୍ଡିଜ୍ର ଶିବନରେଶ ଚନ୍ଦ୍ରପାଲ୍ ୫ମ ସ୍ଥାନରେ ରହିଛନ୍ତି।
ଅନ୍ୟପକ୍ଷରେ କୁକ୍ ଓଭାଲ୍ ଗ୍ରାଉଣ୍ଡରେ ୧୦୦୦ ରନ୍ କରି ଏକ ନୂଆ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି। ଲର୍ଡସ୍ ପରେ ଦ୍ୱିତୀୟ ଗ୍ରାଉଣ୍ଡ ଭାବେ କୁକ୍ ଓଭାଲ୍ରେ ୧୦୦୦ ରନ୍ ସଂଗ୍ରହ କରିଛନ୍ତି। ଲର୍ଡସ୍ରେ କୁକ୍ ମୋଟ ୧୭୩୫ ରନ୍ ସଂଗ୍ରହ କରିଛନ୍ତି।
କୁକ୍ ଇଂଲଣ୍ଡ ପାଇଁ ୧୬୧ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ଦେଶର ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ତାଙ୍କ ନାଁରେ ରହିଛି। ସେ ୪୫ ହାରରେ ଇଂଲଣ୍ଡ ପାଇଁ ୧୨,୨୫୪ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୩୨ଟି ଶତକ ଓ ୫୭ଟି ଅର୍ଦ୍ଧଶତକ ରହିଛି। ଟେଷ୍ଟ୍ କ୍ୟାରିୟର୍ରେ ତାଙ୍କ ସର୍ବାଧିକ ସ୍କୋର ହେଉଛି ୨୯୪।

ସେ ୨୦୧୧ରେ ବର୍ମିଂହାମଠାରେ ଭାରତ ବିପକ୍ଷ ଟେଷ୍ଟ୍ରେ ୨୯୪ ରନ୍ କରିଥିଲେ। ଟେଷ୍ଟ୍ କ୍ରିକେଟ୍ରେ ସେ ମାତ୍ର ଗୋଟିଏ ୱିକେଟ୍ ନେଇଛନ୍ତି। ସେହିପରି ୧୭୩ଟି କ୍ୟାଚ୍ ଧରିଛନ୍ତି।
ଟେଷ୍ଟ୍ କ୍ରିକେଟ୍ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଖେଳାଳିଙ୍କ ମଧ୍ୟରେ କୁକ୍ ୬ଷ୍ଠ ସ୍ଥାନରେ ରହିଛନ୍ତି।
from Odisha Reporter https://ift.tt/2x36fd9
No comments:
Post a Comment