ବାକି ସମସ୍ତେ ଚୁପ୍, ଦାମଙ୍କ ବିରୋଧରେ ବିଷ ଓଗାଳିଲେ ବିଷ୍ଣୁ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ବାକି ସମସ୍ତେ ଚୁପ୍, ଦାମଙ୍କ ବିରୋଧରେ ବିଷ ଓଗାଳିଲେ ବିଷ୍ଣୁ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କାର ହେବା ପରେ ଡାକ୍ତର ଦାମୋଦର ରାଉତ ତାଙ୍କ ସ୍ୱରକୁ ଶାଣିତ କରି ସିଧାସଳଖ ବିଜେଡି ମୁଖିଆଙ୍କୁ ଆକ୍ରମଣ କରିଛନ୍ତି। ଦାମଙ୍କ ଏଭଳି ଆକ୍ରମଣର ଜବାବ ଦେବା ପାଇଁ ବିଜେଡିର କୌଣସି ନେତା ଆଗକୁ ଆସୁନଥିବା ବେଳେ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଷ୍ଣୁ ଦାସ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି-“ଦାମଙ୍କ ରାଜନୀତିକ ଜୀବନ ଦୁର୍ନୀତିରୁ ଆରମ୍ଭ ହୋଇଛି।”
ବିଷ୍ଣୁ କହିଛନ୍ତି-“ଦାମବାବୁ ୧୯୭୪ ମସିହାରେ ଖପୁରିଆରେ ଭିଏସ୍‌ (ଭେଟେରିନାରୀ ଷ୍ଟୋର୍‌) ଇନ୍‌ଚାର୍ଜ ଥିଲେ। ସେହି ସମୟରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିଲା। ତଦନ୍ତ ବେଳେ ସେ ଧରା ମଧ୍ୟ ପଡ଼ିଥିଲେ। ତାଙ୍କର ପ୍ରାୟତଃ ଚାକିରି ଯାଇଥିଲା। ତେବେ ପ୍ରତାପ ବାବୁଙ୍କ ଶରଣ ନେଇ ବିଜୁବାବୁଙ୍କ ପାଖରେ ପହଞ୍ଚିଥିଲେ ଦାମବାବୁ। 
ଆଉ ପ୍ରତାପ ବାବୁଙ୍କ ପରାମର୍ଶରେ ତାଙ୍କୁ (ଦାମବାବୁ) ଏରସମା ନିର୍ବାଚନୀମଣ୍ଡଳୀରେ ଛିଡ଼ା ହେବା ପାଇଁ ଟିକେଟ୍‌ ଦିଆଯାଇଥିଲା। ହେଲେ ସେ ନିର୍ବାଚନ ଲଢ଼ି ହାରିଲେ। ଏମରଜେନ୍ସି ସମୟରେ ଗିରଫ ଭୟରେ କେଉଁଆଡେ ଚାଲିଗଲେ। ପୁଣି ଦେଖାଦେଇଥିଲେ ୧୯୭୭ ମସିହାରେ। ଟିକେଟ୍‌ ପାଇଲେ ଓ ଜିତିଲେ। 
 
ସେହି ସମୟରେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଦାମବାବୁ ମନ୍ତ୍ରୀ ହୋଇପାରିଲେ ନାହିଁ। ଏଥିପାଇଁ ତାଙ୍କୁ ସାଢ଼େ ତିନି ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ଦିଲୀପ ରାୟ, ଶ୍ରୀକାନ୍ତ ଜେନା ଓ ଦାମବାବୁ ଦେଢ଼ ବର୍ଷ ଲେଖାଏଁ ମନ୍ତ୍ରୀ ହୋଇଥିଲେ।”
‘ସିଏ କେମିତି ବିଜୁପ୍ରେମୀ ହେଲେ?’
ବିଷ୍ଣୁ ଦାସ କହିଛନ୍ତି-“ମୁଁ ଛାତ୍ର ଅବସ୍ଥାରୁ ରାଜନୀତି କରୁଛି। ୧୯୯୬ ମସିହାରେ ଛାତ୍ର ଜନତା ଦଳରେ ପ୍ରତାପ ଜେନା ସଭାପତି ଥିଲେ। ତାଙ୍କ ଅଧ୍ୟକ୍ଷତାରେ ସେହିବର୍ଷ ମାର୍ଚ୍ଚ ୨୮ ତାରିଖରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସରେ ଛାତ୍ର ଜନତା ଦଳର ଏକ ସଭା ହୋଇଥିଲା। ଏଥିରେ ବିଜୁ ପଟ୍ଟନାୟକ ଯୋଗଦେଇଥିଲେ। ଏହି ସଭାରେ ମୁଁ(ବିଷ୍ଣୁ) ସହିତ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଯୋଗଦେଇଥିଲେ। ସେହି ଦିନ ସଭା ସରିବା ପରେ ବିଜୁବାବୁ ଦିଲ୍ଲୀ ଯାଇଥିଲେ। ଏପ୍ରିଲ୍‌ ୧୭ ତାରିଖରେ ଫେରିଲା ତାଙ୍କର ମରଶରୀର। ଇଏ ହେଉଛି ମୋର ରାଜନୈତିକ ଜୀବନ। ସିଏ କେମିତି ବିଜୁପ୍ରେମୀ  ହେଲେ?”
‘ଆନ୍ନା ନୁହେଁ, ଜୟପ୍ରକାଶ ନାରାୟଣଙ୍କ ନାଁରେ ସମ୍ପୂର୍ଣ୍ଣ କ୍ରାନ୍ତି କରନ୍ତୁ’
ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ଆନ୍ନା ହଜାରେଙ୍କ ପରି ସମଗ୍ର ରାଜ୍ୟ ଭ୍ରମଣ କରିବି ବୋଲି ଡାକ୍ତର ରାଉତ ଗତକାଲି ଗଣମାଧ୍ୟମକୁ କହିଥିଲେ। ଏହାର ଜବାବରେ ବିଷ୍ଣୁ କହିଛନ୍ତି-“ଆନ୍ନା ହଜାରେ କ’ଣ ଦୁର୍ନୀତିଖୋର ଲୋକ? ସିଏ କେଉଁଠି ଆଉ ଇଏ (ଦାମ) କେଉଁଠି? ୟାଙ୍କ(ଦାମ) ପଛରେ କେତେ ବାଟିଆ। ତେଣୁ ଦାମବାବୁ ଆନ୍ନାଙ୍କ ନାଁ କାହିଁକି ନେଉଛନ୍ତି? ବରଂ ଜୟପ୍ରକାଶ ନାରାୟଣଙ୍କ ନାମରେ ସମ୍ପୂର୍ଣ୍ଣ କ୍ରାନ୍ତି କରନ୍ତୁ। ଓଡ଼ିଶାବାସୀ ତାଙ୍କୁ ଉଚିତ ସମୟରେ ଜବାବ ଦେବେ।”


from Odisha Reporter https://ift.tt/2NK48VR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages