ପୁଲିସ୍‌ ବାବୁଙ୍କ ପୁଅ ମହିଳାଙ୍କୁ ମାଡ଼ ମାରିଲେ,ଭିଡିଓକୁ ସୋଶାଲ୍‌ ମିଡିଆରେ ଛାଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ପୁଲିସ୍‌ ବାବୁଙ୍କ ପୁଅ ମହିଳାଙ୍କୁ ମାଡ଼ ମାରିଲେ,ଭିଡିଓକୁ ସୋଶାଲ୍‌ ମିଡିଆରେ ଛାଡ଼ିଲେ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ରେ କାର୍ଯ୍ୟରତ ଜଣେ ଅଫିସରଙ୍କ ପୁଅ ରୋହିତ ସିଂହ ତୋମାର ଆଇନ୍‌କୁ ମାଡ଼ି ମୋକଚି ଦେଇଛନ୍ତି। ପୁଲିସ୍‌ ବଡ଼ବାବୁଙ୍କ ପୁଅ ବୋଲି ରୋହିତ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ସାଙ୍ଗକୁ କହି ଏହାର ଭିଡିଓ ଶୁଟିଂ ମଧ୍ୟ କରିଛନ୍ତି।

କିନ୍ତୁ ସାଙ୍ଗ ଜଣଙ୍କ ଏହାକୁ ଇଣ୍ଟରନେଟ୍‌ରେ ଛାଡ଼ିଦେବା ପରେ ରୋହିତଙ୍କ ସମେତ ତାଙ୍କ ବାପା ଏବେ ହରଡ଼ଘଣାରେ ପଡ଼ିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏହି ଭିଡିଓକୁ ଦେଖିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ନିର୍ଦ୍ଦେଶ ପାଇବା ପରେ ପୁଲିସ୍‌ ରୋହିତଙ୍କୁ ତୁରନ୍ତ ଗିରଫ କରିଛି।

ଭାଇରାଲ୍‌ ହୋଇଥିବା ଭିଡିଓରେ ରୋହିତ ଜଣେ ମହିଳାଙ୍କ ଚୁଟିକୁ ଘୋଷାରି ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ଚୁଟି ଧରି ମହିଳାଙ୍କୁ ତଳେ ପକାଇ ଦେବା ପରେ ତାଙ୍କୁ ବିଧା ଓ ଗୋଇଠା ମାରୁଛନ୍ତି। ଏହାପରେ ରୋହିତ ଆଣ୍ଠୁ ଓ କହୁଣୀରେ ମହିଳାଙ୍କୁ ମାଡ଼ ମାରୁଥିବା ଏହି ଭିଡିଓରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି।

ଏହି ଘଟଣାର ଶୁଟିଂ କରୁଥିବା ବ୍ୟକ୍ତି ଜଣଙ୍କ ରୋହିତଙ୍କୁ ସେତିକି ମାର, ବହୁତ ହୋଇଗଲା ବୋଲି କହୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ସେହି ବ୍ୟକ୍ତି କିମ୍ବା ଅନ୍ୟ କେହି ରୋହିତଙ୍କ ଦାଉରୁ ମହିଳାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରି ନଥିଲେ।

କୁହାଯାଉଛି, ଦିଲ୍ଲୀର ଉତ୍ତମ ନଗରରେ ଥିବା ଏକ ଘରୋଇ ସଂସ୍ଥାର ଅଫିସ ମଧ୍ୟରେ ଏହି ଘଟଣାଟି ଘଟିଛି। ଭିଡିଓ ଆଜି ଭାଇରାଲ୍‌ ହେବା ପରେ ମହିଳା ଜଣଙ୍କ ପୁଲିସ୍‌ ନିକଟରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

ମହିଳା ଜଣଙ୍କ କହିଛନ୍ତି, ରୋହିତ ମୋତେ ତାଙ୍କ ସାଙ୍ଗଙ୍କ ଅଫିସକୁ ଡାକି ଦୁଷ୍କର୍ମ କରିଥିଲେ। ଏକଥା ମୁଁ ପୁଲିସ୍‌କୁ ଜଣାଇବି ବୋଲି କହିବା ପରେ ସେ ମୋତେ ମାଡ଼ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ରାଜନାଥ ସିଂହ ଟ୍ୱିଟର୍‌ରେ ଏହି ଭିଡିଓକୁ ଦେଖିଲା ପରେ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, “ମୁଁ ଦିଲ୍ଲୀ ପୁଲିସ୍‌ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।”

ଏହି ଘଟଣା ପରେ ଗତକାଲି ଜଣେ ମହିଳା ପ୍ରଥମେ ପୁଲିସ୍‌କୁ ସୂଚନା ଦେଇ କହିଥିଲେ ମୋ ଭାବୀ ସ୍ୱାମୀ ଜଣେ ମହିଳାଙ୍କୁ ମାଡ଼ ମାରୁଥିବା ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଏହି ମହିଳା ଜଣଙ୍କ କିନ୍ତୁ ଉକ୍ତ ଭିଡିଓରେ ନଥିଲେ। ରୋହିତଙ୍କ ସହ ଉକ୍ତ ମହିଳାଙ୍କ ନିର୍ବନ୍ଧ ହୋଇଥିଲା।



from Odisha Reporter https://ift.tt/2Mv5qzs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages