ବିଜେପି ସାଂସଦଙ୍କ ପାଦ ଧୁଆ ପାଣି ପିଇଲେ କର୍ମୀ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ବିଜେପି ସାଂସଦଙ୍କ ପାଦ ଧୁଆ ପାଣି ପିଇଲେ କର୍ମୀ, ଦେଖନ୍ତୁ ଭିଡିଓ

water

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ପାଦ ଧୋଇ ସେହି ପାଣିକୁ ପାଦୁକା ଭାବେ ପାଇଛନ୍ତି ଜଣେ ଦଳୀୟ କର୍ମୀ। ଘଟଣାଟି ଘଟିଛି ଝାଡ଼ଖଣ୍ଡର ଗୋଡ୍ଡାରେ।

ସାଂସଦ ନିଜେ ଟ୍ୱିଟ୍ କରି ଏ କଥା କହିଛନ୍ତି। ଏହି ସାଂସଦଙ୍କ ନାଁ ନିଶିକାନ୍ତ ଦୁବେ। ଯେଉଁ କର୍ମୀ ଜଣଙ୍କ ତାଙ୍କ ପାଦ ଧୋଇ ସେହି ପାଣିକୁ ପାଦୁକା ଭାବେ ପାଇଥିଲେ ତାଙ୍କ ନାଁ ପବନ ଶାହ।

ପବନ ତାଙ୍କ ପାଦ ଧୋଇବା ସମୟରେ ସାଂସଦ ହସୁ ଥିଲେ।

ନିଶିକାନ୍ତ ଦୁବେ ଏକ ପୋଲର ଶିଳାନ୍ୟାସ କରିବା ପାଇଁ ଗୋଡ୍ଡା ଯାଇଥିଲେ। ଆୟୋଜିତ ସଭାରେ ପଙ୍କଜ ତାଙ୍କର ଗୁଣଗାନ କରିଥିଲେ ଏବଂ କହିଥିଲେ,“ସାଂସଦ ଦୁବେ ପୋଲର ଶିଳାନ୍ୟାସ କରିବା ପାଇଁ ଆସି ବଡ଼ କାମ କରିଛନ୍ତି। ସେ ଆମମାନଙ୍କର ବଡ଼ ଉପକାର କରିଛନ୍ତି। ତାଙ୍କ ପାଦ ଧୋଇ ପାଣି ପିଇବାକୁ ଇଚ୍ଛା ହେଉଛି।”

ଏତିକି କହିବା ପରେ ସେ ଏକ ଥାଳି ଓ ପାଣି ଆଣି ସାଂସଦଙ୍କ ଦୁବେଙ୍କ ପାଦ ଧୋଇବାରେ ଲାଗିପଡ଼ିଲେ। ପଙ୍କଜ ପାଣିରେ ତାଙ୍କ ପାଦ ଧୋଇ ଦେବା ପରେ ଏକ ଗାମୁଛାରେ ଭଲ ଭାବେ ପୋଛି ଦେଇଥିଲେ। ଏହା ପରେ ଥାଳିରେ ଥିବା ପାଦ ଧୁଆ ପାଣିକୁ ଆଞ୍ଜୁଳାରେ ନେଇ ପାଦୁକ ପାଇଲା ଭଳି ପିଇ ଦେଇଥିଲେ।

ଏ ଦୃଶ୍ୟକୁ ଦେଖି ସେଠାରେ ଉପସ୍ଥିତ ଲୋକେ ‘ପବନ ଭାଇ ଜିନ୍ଦାବାଦ୍‌’ କହି ନାରା ପକାଇ ଥିଲେ। ତେବେ ଅନେକ ଏହାକୁ ନାପସନ୍ଦ କରିଛନ୍ତି।
ସୌଜନ୍ୟ- ଏଏନ୍‌ଆଇ



from Odisha Reporter https://ift.tt/2CZZXB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages