କେଶରେ ଏପରି ବ୍ୟବହାର କରନ୍ତୁ ‘ଆଲୋଭେରା’ ଜେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

କେଶରେ ଏପରି ବ୍ୟବହାର କରନ୍ତୁ ‘ଆଲୋଭେରା’ ଜେଲ୍‌

14

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଆଲୋଭେରା’ ଅନେକ ଗୁଣରେ ପରିପୂର୍ଣ୍ଣ। ଏହାକୁ ଅନେକ ଔଷଧ ଏବଂ ଆଉ କେତେକ ମୁହଁର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରନ୍ତି। ‘ଆଲୋଭେରା’ ଜେଲ୍‌ ମୁହଁରେ ଲଗାଇଲେ, ମୁହଁରୁ କୁଞ୍ଚନ ଓ କଳା ଦାଗ ଦୂର ହେବା ସହ ସୌନ୍ଦର୍ଯ୍ୟ ବଢ଼ିଥାଏ । ‘ଆଲୋଭେରା’ ଖାଇଲେ ଦାନ୍ତରେ ଥିବା ସମସ୍ୟା ଦୂର ହୋଇଥାଏ। ତେବେ ଏହାକୁ କେଶରେ ଲଗାଇଲେ କ’ଣ ସୁଫଳ ମିଳିଥାଏ ଏବଂ ‘ଆଲୋଭେରା’କୁ କେଶରେ କିପରି ଲଗାଇବେ, ଆସନ୍ତୁ ଜାଣିବା।

55

କେଶ ବୃଦ୍ଧି କରେ ଆଲୋଭେରା:
‘ଆଲୋଭେରା’ ଲଗାଇବା ଦ୍ୱାରା ଏହା କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ। ଏଣୁ କେଶ ବୃଦ୍ଧି ପାଇଁ ୨ ଚାମଚ ‘ଆଲୋଭେରା’ ଜେଲ୍‌ ସହିତ ୨ ଚାମଚ ବାଦାମ ତେଲ ମିଶାନ୍ତୁ। ଏଥିରେ ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ଗୋଟିଏ ଚାମଚ ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ବ୍ୟତୀତ ଆପଣ ‘ଆଲୋଭେରା’ ଜେଲ୍‌କୁ କେବଳ ବାଦାମ ତେଲ ସହିତ ମିଶାଇ କେଶ ମୂଳରେ ମାଲିସ୍‌ କରିପାରିବେ।

56

ରୂପି ସମସ୍ୟା ଦୂର କରେ:
‘ଆଲୋଭେରା’ ଜେଲ୍‌ରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟି ଫଙ୍ଗଲ୍‌ ଗୁଣ ରହିଛି। ଏହି ଗୁଣ ଯୋଗୁ ‘ଆଲୋଭେରା’ କେଶରୁ ରୂପି ଦୂର କରିଥାଏ। ଏଥିପାଇଁ  ଦୁଇ ଚାମଚ ‘ଆଲୋଭେରା’ ଜେଲ୍‌ରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ ମିନିଟ୍ ପରେ ଶାମ୍ପୁ କରି ଦିଅନ୍ତୁ। ଏହାବ୍ୟତୀତ ଆପଣ ତିନି ଚାମଚ ‘ଆଲୋଭେରା’ ଜେଲ୍‌ରେ ୧୦ ଡ୍ରପ୍‌ ନିମ ତେଲ ମିଶାଇ ମୁଣ୍ଡରେ ଲଗାଇଲେ ରୂପି ରହିବ ନାହିଁ।

127
ମୁଣ୍ଡ କୁଣ୍ଡାଇ ହେବା ଦୂର କରେ:
‘ଆଲୋଭେରା’ ଜେଲ୍‌ରେ ଥିବା ଆଣ୍ଟି-ଇନ୍‌ଫ୍ଲାମମାଟରୀ ଗୁଣ ମୁଣ୍ଡ କୁଣ୍ଡାଇ ହେବା ସମସ୍ୟାକୁ ଶୀଘ୍ର ହ୍ରାସ କରିଥାଏ। ଏଥିପାଇଁ ‘ଆଲୋଭେରା’ ଜେଲ୍‌କୁ ସିଧାସଳଖ ମୁଣ୍ଡରେ ମାଲିସ୍‌ କରନ୍ତୁ। ଏହାକୁ ଗାଧୋଇବାର ୨୦ ମିନିଟ୍‌ ପୂର୍ବରୁ ଲଗାନ୍ତୁ। ଏହା ପରେ ଶାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ।



from Odisha Reporter https://ift.tt/2D04B21

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages