
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିଜିତ ଆୟର ମିତ୍ରଙ୍କ ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ପ୍ରସଙ୍ଗ ନେଇ ଆଜି ବିଧାନସଭା ଗୃହ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଅଭିଜିତଙ୍କୁ ହାଜର ହେବାକୁ ଗୃହ କମିଟି ନୋଟିସ୍ ଜାରି କରିବ। ଅକ୍ଟୋବର ୧୧ ତାରିଖ ଦିନ ୧୧ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହାଜର ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯିବ।
ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ସ୍ୱାଧିକାର ଭଙ୍ଗ ନେଇ ହୋଇଥିବା ଅଭିଯୋଗରେ ସତ୍ୟତା ଅଛି। ତେଣୁ ଘଟଣା ସଂପର୍କରେ ଅଧିକ ଅନୁସନ୍ଧାନ କରାଯିବ।
ସୂଚନାଯୋଗ୍ୟ, ଅଭିଜିତ ଆୟର ଓଡ଼ିଶା, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ।
from Odisha Reporter https://ift.tt/2zBpmxi
No comments:
Post a Comment