
ମୁମ୍ବାଇ: ଅଜବ ମାନସିକତା। ଅଦ୍ଭୁତ କାଣ୍ଡ। ଟ୍ରେନ୍ରେ ମହିଳାଙ୍କ ପାଇଁ ଉର୍ଦ୍ଦିଷ୍ଟ ବଗିରେ ହସ୍ତମୈଥୁନ କରିବା ଏବଂ ମଳତ୍ୟାଗ କରିବା ଅଭିଯୋଗରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ କରଜତ୍ରେ ରହୁଥିବା ଦିନେଶ ଲକ୍ଷ୍ମଣ ଦୁର୍ଭେ ।
ଦିନେଶଙ୍କୁ ମୁମ୍ବାଇର ଆର୍ପିଏଫ ଗିରଫ କରିଛି। ଦିନେଶ ମୁମ୍ବାଇର ମୁଖ୍ୟ ତଥା ଛତ୍ରପତି ଶିବାଜୀ ଟର୍ମିନସ୍ ରେଲୱେ ଷ୍ଟେଶନ(CSMT )ରେ ନିୟମିତ ଏଭଳି କାଣ୍ଡ କରି ଆସୁଥିଲେ। ତେବେ ଗିରଫ ପରେ ଅଭିଯୁକ୍ତ ଦିନେଶ ଘଟଣାକୁ ନେଇ ସ୍ୱିକାର କରିବା ସହ ଏମିତି କାମରୁ ତାଙ୍କୁ ଖୁସି ମିଳୁଥିଲା ବୋଲି କହିଛନ୍ତି।
ପୁଲିସ କହିବା ଅନୁଯାୟୀ ଗତ ମାସେ ହେଲା ଯୁବକ ଜଣକ ପାଖାପାଖି ୧୦ଟି ଲୋକାଲ ଟ୍ରେନ୍କୁ ଏମିତି ଟାର୍ଗେଟ କରୁଥିଲା। ତେବେ ଏହି ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ ଧରାପଡ଼ିଥିଲା।
ଦିନେଶ ଜଣେ ଶ୍ରମିକଭାବେ କାମ କରନ୍ତି। ସବୁଦିନ ରାତିରେ ଦିନେଶ ଏହି ଷ୍ଟେଶନକୁ ଶୋଇବାକୁ ଆସନ୍ତି ଆଉ ଏଠାରେ ରହୁଥିବା ଟ୍ରେନ୍ ଗୁଡ଼ିକରେ ମହିଳା କୋଚ୍କୁ ଯାଇ ହସ୍ତମୈଥୁନ କରୁ ଥିଲେ। ସେହିପରି ମଳ ତ୍ୟାଗ କରି ବଗି ଭିତରେ ପକାଉଥିଲେ। ତେବେ ଏସବୁ ଦୃଶ୍ୟ ସିସିଟିଭିରେ ଧରାପଡ଼ିବା ପରେ ପୁଲିସ ତାଙ୍କୁ ଧାରା ୧୪୫(ବି), ୧୪୭ ଏବଂ ୧୬୨ତଥା ରେଲୱେ ଆକ୍ଟରେ ଗିରଫ କରିଛି।
ସୌଜନ୍ୟ:ଟାଇମ୍ସ ଅଫ୍ ଇଣ୍ଡିଆ
from Odisha Reporter https://ift.tt/2NhPkOC
No comments:
Post a Comment