
ନୂଆଦିଲ୍ଲୀ: ବିଜ୍ଞାନର ଶକ୍ତି ଅସୀମ। ଏହି ବିଜ୍ଞାନ ବଳରେ ସବୁ ସମ୍ଭବ। ମହାକାଶରେ ଅନେକ ଗବେଷଣା ସଫଳତା ହୋଇଥିବା ବେଳେ ମଣିଷ ଏବେ ସୂର୍ଯ୍ୟଙ୍କୁ ଛୁଇଁବାକୁ ଆରମ୍ଭ କରିଛି ପ୍ରୟାସ। ସୌରମଣ୍ଡଳର ସବୁଠୁ ଶକ୍ତିଶାଳି ନକ୍ଷତ୍ର ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବା ପାଇଁ ନାଶା ସଫଳ ହୋଇଛି।
ସୂର୍ଯ୍ୟଙ୍କର ତାପମାତ୍ରା ମାପିବା ପାଇଁ ନାଶା ପକ୍ଷରୁ ଏକ ମହାକାଶ ଯାନ ପଠାଯାଇଛି। ଗତ ଅଗଷ୍ଟ ମାସରେ ଏହି ଯାନ ମହାକାଶକୁ ପଠାଯିବା ସଫଳ ହୋଇଥିବା ବେଳେ ଏଯାଏଁ କୌଣସି ସଠିକ୍ ଖବର ପଠାଇ ନାହିଁ। ଏହି ଯାନ ସୂର୍ଯ୍ୟଙ୍କର ତାପମାତ୍ରା ଆକଳନ କରି ରିପୋର୍ଟ ପଠାଇବ ବୋଲି ଜଣାପଡ଼ିଛି।
ଏହି ଯାନର ନାମ ରହିଛି ‘Parkar Solar probe’। ଫ୍ଲୋରିଡାର Cape Canaveralରୁ ଏହାକୁ ଲଞ୍ଚ କରାଯାଇଥିଲା। ଏକ କାର ଆକୃତିର ଏହି ମହାକାଶ ଯାନ ଏବେ ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ଚକ୍କର କାଟୁଛି। ଏହି ଯାନ ଉପରେ ୪.୫ ଇଞ୍ଜର ତାପମାତ୍ରା ପରିବାହିର ଏକ ଆବରଣ ରହିଛି।
କୁହାଯାଏ ସୂର୍ଯ୍ୟର ବଳୟରେ ବାକି ସ୍ଥାନଠାରୁ ୩୦୦ ଗୁଣା ଅଧିକ ଉତ୍ତାପ ରୁହେ। ଏହି ଗବେଷଣାରେ ସାମିଲ ଥିବା ଜଷ୍ଟିନ୍ କାସ୍ପର ନାମକ ଜଣେ ବୈଜ୍ଞାନିକ କହିଛନ୍ତି ଯେ,ଏହି ଯାନ୍ ଦ୍ୱାରା ପୃଥିବୀ ଉପରେ ପଡ଼ୁଥିବା ସୌର ଝଡ଼ର ପ୍ରଭାବ ଆକଳନ କରିବ।
from Odisha Reporter https://ift.tt/2Ng7ald
No comments:
Post a Comment