ମହିଳା ଫ୍ୟାନ୍‌ଙ୍କ ଉପହାର ପାଇ ହ୍ରିତିକ୍‌ଙ୍କ ‘ଦିଲ୍‌ ଖୁସ୍‌’, ହେଲେ ଜିନିଷଟା କ’ଣ ଜାଣିଛନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ମହିଳା ଫ୍ୟାନ୍‌ଙ୍କ ଉପହାର ପାଇ ହ୍ରିତିକ୍‌ଙ୍କ ‘ଦିଲ୍‌ ଖୁସ୍‌’, ହେଲେ ଜିନିଷଟା କ’ଣ ଜାଣିଛନ୍ତି ?

ମୁମ୍ବାଇ: ଆପଣ ଯଦି କେଉଁ ବଲିଉଡ୍‌ ଅଭିନେତା ବା ଅଭିନେତ୍ରୀଙ୍କ ଫ୍ୟାନ୍‌ ତା ହେଲେ ଆପଣ ତାଙ୍କୁ ଭେଟିବାକୁ ନିଶ୍ଚିତ ଉତ୍ସୁଖ ଥିବେ। ଆଉ କେବେ ଭେଟ ହେବାର ସୁଯୋଗ ମିଳିଲେ ସେହି ‍ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ନିଶ୍ଚିତ କିଛି ନା କିଛି ପ୍ଲାନିଂ କରିବେ। ହୁଏତ ଗିଫ୍ଟ ବି ଦେଇପାରନ୍ତି।

ଯେମିତି ଗିଫ୍ଟ ଦେଇଛନ୍ତି ଅନାମିକା। ନିଜ ଫେବରେଟ୍‌ ଷ୍ଟାର୍‌ ହ୍ରିତିକ୍‌ଙ୍କୁ ସେ ଏମିତି କିଛି ଗିଫ୍ଟ ଦେଇଛନ୍ତି ଯାହାକୁ ଦେଖିବା ପରେ ଏହି ଡ୍ୟାନ୍ସିଂ ଷ୍ଟାରଙ୍କ ଖୁସି କହିଲେ ନ ସରେ। ଜାଣିଛନ୍ତି, ସେଇଟା କ’ଣ ?

କଥାଟା ଏମିତି ।

 

ସେଲିବ୍ରିଟୀମାନଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ଖୁବ୍‌ ଅଧିକ। ଆଉ ଫ୍ୟାନ୍‌ମାନେ ନିଜ ପସନ୍ଦର କଳାକାରମାନଙ୍କୁ ସବୁବେଳେ କିଛି ନା କିଛି  ଉପହାର ଦେବାକୁ ଚାହିଁଥାନ୍ତି। କିନ୍ତୁ ସେହି ଉପହାର ଭିତରେ ଏମିତି କିଛି ଥାଏ ଯାହାକୁ ଦେଖି ସେଲିବ୍ରିଟୀମାନେ ଖୁବ୍‌ ଖୁସି ତ ହୁଅନ୍ତି ଆଉ ଆଶ୍ଚର୍ଯ୍ୟ ବି।

ହ୍ରିତିକ୍‌ଙ୍କ କ୍ଷେତ୍ରରେ ମଧ୍ୟ ସେମିତି କିଛି ହୋଇଥିଲା। ଯେତେବେଳେ ମହିଳା ଫ୍ୟାନ୍‌ ଅନାମିକା ଶର୍ମା ତାଙ୍କୁ ଗିଫ୍ଟ ଦେଇଥିଲେ।

ଅନାମିକା ନାଲି ରଙ୍ଗର ଲିପ୍‌ଷ୍ଟିକ୍‌ରେ ହ୍ରିତିକଙ୍କର ଏକ ଚିତ୍ର ଆଙ୍କିଥିଲେ। ଆଉ ସେହି ଚିତ୍ରକୁ ଟ୍ୱିଟର ଜରିଆରେ ହ୍ରିତିକ୍‌ଙ୍କ ପାଖରେ ପହଞ୍ଚାଇଥିଲେ। ଏହି ଫଟୋରେ  ଅନାମିକା  ହ୍ରିତିକ୍‌ଙ୍କ ‘ସୁପର ଥାର୍ଟି’(ଅପ୍‌କମିଂ ମୁଭି)ର ଲୁକ୍‌କୁ ଦେଖାଇବାକୁ ଚେଷ୍ଟା କରିଛନ୍ତି।

ଅନାମିକାଙ୍କ ଏହି ଉପହାର ପାଇ ହ୍ରିତିକ୍‌ ଲେଖିଥିଲେ, ‘‘ ଏହି ଉପହାର ପାଇଁ ଧନ୍ୟବାଦ୍‌। ତୁମ ପାଇଁ ଅନେକ ଅନେକ ଭଲ ପାଇବା।  ମୁଁ ବି ତୁମ ପାଇଁ ଏକ ସରପ୍ରାଇଜ୍‌ ପଠାଉଛି। ଆଶା ତୁମେ ଏହି ଉପହାରକୁ ଦେଖି ନିଶ୍ଚିତ ଭାବେ ଚକିତ ହେବ।”

ଖାଲି ଟୁଇଟ୍‌ କରି ନ ଥିଲେ, ଟୁଇଟ୍‌ ମୁତାବକ ପାଲଟା ଉପହାର ସ୍ୱରୁପ ସେ ଅନାମିକାଙ୍କ ପାଇଁ ୩ଟି ଲିପ୍‌ଷ୍ଟିକ୍‌ର ଫଟୋ ପଠାଇଥିଲେ।

ସୂଚନାଯୋଗ୍ୟ ଯେ,  ହ୍ରିତିକ୍‌ଙ୍କ ଫିଲ୍ମ ‘ସୁପର ଥାର୍ଟି’ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ।  ଆନନ୍ଦ କୁମାର  ବିହାର ଛାତ୍ର ଛାତ୍ରୀଙ୍କ ଜୀବନରେ ନିଜ ପ୍ରୋଗ୍ରାମ୍‌ ‘ସୁପର 30’ଜରିଆରେ କେମିତି ଏକ ବଡ଼ ପରିବର୍ତ୍ତନ ଆଣୁଛନ୍ତି, ସେ ସବୁ ଏହି ଫିଲ୍ମରେ ଦେଖାଯାଇଛି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ।  ଫିଲ୍ମଟି ଜାନୁଆରୀ ୨୫ରେ ରିଲିଜ୍‌ ହେବ।



from Odisha Reporter https://ift.tt/2OjI1Wz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages