୮୯ ବର୍ଷର ଏହି ବୃଦ୍ଧ ପିଏଚ୍‌ଡି କରିବେ, ଜାଣନ୍ତୁ ତାଙ୍କ ସମ୍ପର୍କରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

୮୯ ବର୍ଷର ଏହି ବୃଦ୍ଧ ପିଏଚ୍‌ଡି କରିବେ, ଜାଣନ୍ତୁ ତାଙ୍କ ସମ୍ପର୍କରେ

swadhinata1

ନୂଆଦିଲ୍ଲୀ:  କଥାରେ ଅଛି ପାଠ ପଢ଼ିବା ପାଇଁ କୌଣସି ବୟସ ସୀମା ନ ଥାଏ। ମନରେ ଇଚ୍ଛା ଥିଲେ ବୟସ ଏଥିପାଇଁ ବାଧକ ସାଜି ନ ଥାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କର୍ଣ୍ଣାଟକର ଜଣେ ସ୍ୱାଧୀନତା ସଂଗ୍ରାମୀ।

ବୟସ ତାଙ୍କୁ ୯୦ ଛୁଇଁବାକୁ ବସିଲାଣି। ହେଲେ ଯେଉଁ ବୟସରେ ଖାଇ, ପିଇ ଆରାମ କରିବା କଥା ସେହି ବୟସରେ ତାଙ୍କୁ ପାଠ ପଢା ନିଶା ଘାରିଛି। ଏଣୁ ଦର୍ଶନ ଶାସ୍ତ୍ରରେ ସେ ପିଏଚ୍‌ଡି କରିବେ ବୋଲି ଏବେ ଅଣ୍ଟା ଭିଡିଛନ୍ତି।

ଏହି ବ୍ୟକ୍ତି ଜଣକ ହେଉଛନ୍ତି କର୍ଣ୍ଣାଟକ କୋପାଲ୍‌ର ଶରଣ ବାସବରାଜ୍‌ ବିସାରହଲ୍ଲୀ(୮୯)। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ। ଦେଶ ପରାଧିନତାର ଶୃଙ୍ଖଳରେ ବନ୍ଧା ପଡିଥିବା ବେଳେ ଏହି ଜାତୀୟ ସଂଗ୍ରାମରେ ନିଜକୁ ଝାସ ଦେଇଥିଲେ ବିସାରହଲ୍ଲୀ। ଫଳରେ ପାଠପଢାରେ ଡୋରୀ ବନ୍ଧା ହୋଇଥିଲା।

ଏବେ ସେ ଏହି ଅଧୂରା ଆଶା ପୂରଣ କରିବାକୁ ଯାଉଛନ୍ତି  ବିସାରହଲ୍ଲୀ।
ସେ କର୍ଣ୍ଣାଟକର Hampi Universityରେ ନିଜର ପିଏଚ୍‌ଡି କରିବାକୁ ଚାହୁଁଛନ୍ତି। ନିକଟରେ ସେ ଏଥିପାଇଁ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଛନ୍ତି।

ବିସାରହଲ୍ଲୀଙ୍କ କହିବା ଅନୁସାରେ, ପୂର୍ବ ବର୍ଷ ପିଏଚ୍‌ଡି ପାଇଁ ସେ ପ୍ରବେଶିକା ପରୀକ୍ଷା ଦେଇଥିଲେ। ମାତ୍ର ସେଥିରେ ସେ ଅକୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ଏଥରର ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବେ ବୋଲି ଦୃଢ ଆତ୍ମବିଶ୍ୱାସ ରଖିଛନ୍ତି।
କନ୍ନଡ ସାହିତ୍ୟରେ ଏକ ପୁସ୍ତକ ଲେଖିବା ପାଇଁ ମଧ୍ୟ ତାଙ୍କର ଇଚ୍ଛା ରହିଛି ବୋଲି ସେ କୁହନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ବିସାରହଲ୍ଲୀଙ୍କ କନ୍ନଡ ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକୋତ୍ତର ହାସଲ କରି ସାରିଛନ୍ତି।



from Odisha Reporter https://ift.tt/2PGgmMy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages