
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ପ୍ରେମ କୁମାର’। ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନର୍ରେ ଏହି ଫିଲ୍ମ ନିର୍ମିତ ହୋଇଛି। ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ଅଡିଓ ରିଲିଜ୍ କରାଯାଇଛି।
ଗତକାଲି ସଂଧ୍ୟାରେ ଭୁବନେଶ୍ୱର ଏସ୍ପ୍ଲାନେଡ ୱାନ୍ ମଲ୍ରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହାର ଅଡିଓ ରିଲିଜ୍ କରାଯାଇଛି। ଅଡିଓ ରିଲିଜ୍ ବେଳେ ଫିଲ୍ମର ପୂରା ୟୁନିଟ୍ ଉପସ୍ଥିତ ଥିଲେ।
ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଫିଲ୍ମରେ
୬ଟି ଗୀତ ରହିଛି। ଗୀତଗୁଡ଼ିକୁ ଗାଇଛନ୍ତି ଋତୁରାଜ ମହାନ୍ତି, ଆଶୁତୋଷ ମହାନ୍ତି, ସତ୍ୟଜିତ, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦିପ୍ତୀରେଖା ଏବଂ ଲୋପାମୁଦ୍ରା।
ଦେବୀଦତ୍ତ ମହାନ୍ତି, ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ ଗୀତଗୁଡ଼ିକୁ ଲେଖିଛନ୍ତି।
ଫିଲ୍ମର ଲିଡ୍ ରୋଲ୍ରେ ଅଛନ୍ତି ସୁପରଷ୍ଟାର ଅନୁଭବଙ୍କ ସହ ଦୁଇ ଜଣ ନାୟିକା ତମନ୍ନା ଓ ଶିବାନୀ। ଏହା ସହିତ କୁନା ତ୍ରିପାଠୀ, ମନୋଜ ମିଶ୍ର ଓ ପ୍ରଦ୍ୟୁମ୍ନ ଲେଙ୍କା ମଧ୍ୟ ଏଥିରେ ଅଭିନୟ କରିଛନ୍ତି।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।
from Odisha Reporter https://ift.tt/2Q8SBgX
No comments:
Post a Comment