
ନୂଆଦିଲ୍ଲୀ: ସମଲିଙ୍ଗୀ ସଂପର୍କକୁ ନେଇ ଲାଗି ରହିଥିବା ବହୁ ବାଦବିବାଦର ଆଜି ଅବସାନ ଘଟିଛି। ସୁପ୍ରିମକୋର୍ଟ ଏନେଇ ଐତିହାସିକ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ। କୋର୍ଟଙ୍କ ଏହି ରାୟ ପରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଧାରା ୩୭୭ ହଟିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି।
ସେହିପରି ସମଲିଙ୍ଗୀଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ମିଳିପାରିଛି। କୋର୍ଟ କହିଛନ୍ତି ଯେ, ଏ ସଂପର୍କିତ ପୁରୁଣା ଆଇନ ଠିକ୍ ନଥିଲା। ଦୁଇ ବୟସ୍କ ସହମତିରେ ସଂପର୍କ ରଖିବା ଅପରାଧ ନୁହଁ। ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଧାରା ୩୭୭କୁ ଉଚ୍ଛେଦ ଏବଂ ସମଲିଙ୍ଗୀ ଯୌନ ସଂପର୍କକୁ ବୈଧକ କରିବା ପାଇଁ ଦୀର୍ଘଦିନରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇ ଆସୁଥିଲା।
ସମଲିଙ୍ଗୀ ଯୌନ ସଂପର୍କ କୌଣସି ବ୍ୟତିକ୍ରମ ନୁହେଁ ବରଂ ଅନ୍ୟ ଏକ ମାଧ୍ୟମ ବୋଲି ସାମାଜିକ ଅନୁଷ୍ଠାନମାନେ ଦାବି କରିଆସୁଥିଲେ। ବିଟ୍ରିଶ ଶାସନ ଅମଳରୁ ପ୍ରଚଳିତ ପୁରୁଣା ଆଇନକୁ ପରିପର୍ତ୍ତନ ଲାଗି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ ।
ତେବେ ୨୦୧୩ରେ ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରିଦେଇଥିଲେ। କୌଣସି ଆଇନକୁ ରଦ୍ଦ କରାଯିବ କି ନାହିଁ ତାହା ପାର୍ଲାମେଣ୍ଟର କାମ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ତେବେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିର୍ଣ୍ଣୟ ନେବାକୁ ସୁପ୍ରିମକୋର୍ଟଙ୍କ ବିଚାର ଉପରେ ଛାଡ଼ିଦେଇଥିଲେ। ପୂର୍ବରୁ ଆଇନର ବ୍ୟବସ୍ଥା ଅନୁଯାୟୀ ସମଲିଙ୍ଗୀ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ କିମ୍ବା ଜରିମାନାର ବ୍ୟବସ୍ଥା ରହିଥିଲା। ତେବେ ଆଜିର ରାୟ ପରେ ସମଲିଙ୍ଗୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ବୋଲି କୁହାଯାଉଛି।
from Odisha Reporter https://ift.tt/2CoE6CV
No comments:
Post a Comment