ଆଧାର କାର୍ଡ ବୈଧ, ସୁପ୍ରିମ୍‌କୋର୍ଟ ଆଉ କ’ଣ କହିଛନ୍ତି ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଆଧାର କାର୍ଡ ବୈଧ, ସୁପ୍ରିମ୍‌କୋର୍ଟ ଆଉ କ’ଣ କହିଛନ୍ତି ପଢ଼ନ୍ତୁ

Aadhaar

ନୂଆଦିଲ୍ଲୀ:“ଆଧାର କାର୍ଡ ଦେଶର ସାଧାରଣ ଲୋକଙ୍କ ପରିଚୟ ପାଲଟି ଯାଇଛି। ଆଧାର କାର୍ଡ ସୁରକ୍ଷିତ। କେହି ଏହାର ଡୁପ୍ଲିକେଟ୍ କରିପାରିବେ ନାହିଁ। ଆଧାର କାର୍ଡକୁ ସମାଲୋଚନା କରିବା ଅର୍ଥ ଲୋକଙ୍କ ଅଧିକାରକୁ ବିରୋଧ କରିବା ଓ ସମ୍ବିଧାନକୁ ବିରୋଧ କରିବା।”

ଆଧାର କାର୍ଡର ସାମ୍ବିଧାନିକ ବୈଧତାକୁ ନେଇ ଫଇସଲା ଶୁଣାଇବା ବେଳେ ସୁପ୍ରିମ୍‌କୋର୍ଟ ଏ କଥା କହିଛନ୍ତି। ଏହା ସହିତ ଆଧାର କାର୍ଡର ସାମ୍ବିଧାନିକ ବୈଧତାକୁ କୋର୍ଟ ବଜାୟ ରଖିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣିଆ ଖଣ୍ଡପୀଠ ଆଜି ଏଭଳି ରାୟ ଦେଇଛନ୍ତି।

ରାୟ ଶୁଣାଇବା ବେଳେ ଜଷ୍ଟିସ୍ ଏ.କେ ସିକ୍ରି କହିଥିଲେ, ଶିକ୍ଷା ଆମକୁ ଆଙ୍ଗୁଠିଛାପରୁ ଦସ୍ତଖତ କରିବା ଶିଖାଇଲା। ଟେକ୍ନୋଲୋଜି ପୁଣି ଥରେ ଆମକୁ ଆଙ୍ଗୁଠିଛାପ କରାଇଲା।

ସେ କହିଥିଲେ, ଆଧାରା କାର୍ଡ ପାଇଁ ଯେତିକି ଡାଟା ନିଆଯାଉଛି ତାହା ଖୁବ୍ କମ୍। ତା’ତୁଳନାରେ ଏଥିରୁ ଅଧିକ ଲାଭ ମିଳୁଛି।
ତେବେ ଆଧାର କାର୍ଡରେ ଦିଆଯାଉଥିବା ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କଡ଼ା ଆଇନ୍ ଆଣିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଅନୁପ୍ରବେଶକାରୀ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି।

ଜଷ୍ଟିସ୍ ସିକ୍ରି କହିଥିଲେ, ସ୍କୁଲ୍‌ରେ ୬ ରୁ ୧୪ ବର୍ଷର ଶିଶୁଙ୍କ ନାମ ଲେଖାଇବା ପାଇଁ ଆଧାର କାର୍ଡ ଆବଶ୍ୟକ ନାହିଁ। ସ୍କୁଲ୍ ପ୍ରଶାସନ ଏହାକୁ ବାଧ୍ୟତାମୂଳକ କରିପାରିବେ ନାହିଁ। ଆଧାର ନଥିଲେ ବି କୌଣସି ବ୍ୟକ୍ତିଙ୍କୁ ତାଙ୍କ ଅଧିକାରରୁ ମୁକ୍ତ କରାଯାଇପାରିବ ନାହିଁ। UGC, NEET ଓ CBSE ପରୀକ୍ଷା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ।

ସେହିଭଳି ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲିବା ପାଇଁ ବା ମୋବାଇଲ୍ ସିମ୍ କାର୍ଡ ପାଇବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ। ଏହା ଅସାମ୍ବିଧାନିକ। ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ବା ମୋବାଇଲ୍ ନମ୍ବର ସହିତ ଆଧାର ନମ୍ବର ସଂଯୋଗ ହେବା ଆବଶ୍ୟକ ନାହିଁ। ଘରୋଇ କଂପାନୀମାନେ କୌଣସି ବ୍ୟକ୍ତିଙ୍କୁ ଆଧାର କାର୍ଡ ମାଗିପାରିବେ ନାହିଁ।

ପାନ୍ କାର୍ଡ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ୍ ସିକ୍ରି ଆହୁରି କହିଥିଲେ ଯେ କୋର୍ଟଙ୍କ ବିନା ଅନୁମତିରେ ବାୟୋମେଟ୍ରିକ୍ ଡାଟାଗୁଡ଼ିକୁ କୌଣସି ଏଜେନ୍ସୀକୁ ଦିଆଯାଇପାରିବ ନାହିଁ।

ଆଧାର କାର୍ଡର ବୈଧତାକୁ ନେଇ ଜାନୁଆରୀ ୧୭ ତାରିଖରୁ ଶୁଣାଣି ଆରମ୍ଭ ହୋଇଥିଲା। ଏହା ୩୮ ଦିନ ଧରି ଚାଲିଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏ.କେ ସିକ୍ରି, ଜଷ୍ଟିସ୍ ଏ.ଏମ୍ ଖାନ୍‌ୱିଲକର, ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ଚାଲିଥିଲା।

ରାୟ ନ ଆସିବା ପର୍ଯ୍ୟନ୍ତ ଆଧାର ଲିଙ୍କ୍ ଅପସନ୍ ଖୋଲା ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତା’ସହିତ ଆଧାର କାର୍ଡକୁ ବାଧ୍ୟତାମୂଳକ ନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଧାର କାର୍ଡର ସାମ୍ବିଧାନିକ ବୈଧତାକୁ ପ୍ରଶ୍ନ କରି ସୁପ୍ରିମକୋର୍ଟରେ ୩୧ଟି ପିଟିସନ୍ ଦାଖଲ ହୋଇଥିଲା।



from Odisha Reporter https://ift.tt/2OfAyHU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages