ଡ୍ରାଭିଡ୍‌ଙ୍କ ଠାରୁ ଫୋନ୍‌ରେ ଗୁରୁମନ୍ତ୍ର ପାଇଥିଲେ ହନୁମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଡ୍ରାଭିଡ୍‌ଙ୍କ ଠାରୁ ଫୋନ୍‌ରେ ଗୁରୁମନ୍ତ୍ର ପାଇଥିଲେ ହନୁମା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତ ପାଇଁ ଡେବ୍ୟୁ କରିଥିବା ହନୁମା ବିହାରୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ପ୍ରଥମ ମ୍ୟାଚ୍‌ରେ ପୁଣି ଓଭାଲ୍‌ ଭଳି ଏକ ଟର୍ଣ୍ଣିଂ ଟ୍ରାକ୍‌ରେ ହନୁମା ୫୬ ରନ୍‌ର ଇନିଂସ ଖେଳି ଭାରତକୁ ଏକ ବିପର୍ଯ୍ୟୟରୁ ରକ୍ଷା କରିଛନ୍ତି।

ତେବେ ନିଜ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଥମ ମ୍ୟାଚ୍‌ ପୂର୍ବରୁ ହନୁମା ବହୁତ ନର୍ଭସ ଥିଲେ। କିନ୍ତୁ ଟିମ୍‌ ଇଣ୍ଡିଆର ଦି ୱାଲ୍‌ ଭାବେ ପରିଚିତ ପୂର୍ବତନ କ୍ରିକେଟର୍‌ ରାହୁଲ ଡ୍ରାଭିଡ୍‌ ହିଁ ତାଙ୍କୁ ଗୁରୁମନ୍ତ୍ର ଦେଇ ମାନସିକ ସ୍ତରରେ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ କରିଥିଲେ ବୋଲି ଖୋଦ୍‌ ହନୁମା କହିଛନ୍ତି।

ହନୁମା କହିଛନ୍ତି “ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିବା ପୂର୍ବରୁ ମୁଁ ରାହୁଲ ସାର୍‌ଙ୍କୁ ଫୋନ କରିଥିଲି। ସେ ବାସ୍‌ କିଛି ମିନିଟ୍‌ ପାଇଁ ମୋ ସହ କଥା ହୋଇଥିଲେ। ତାଙ୍କଠୁ ଉପଦେଶ ପାଇବା ପରେ  ମ୍ୟାଚ୍‌କୁ ନେଇ ମୋ ଭିତରେ ଯେଉଁ ନର୍ଭସନେସ୍‌ ଥିଲା, ସେଇଟା କେଉଁଆଡ଼େ ଚାଲି ଯାଇଥିଲା ଏବଂ ମୁଁ ମାନସିକ ସ୍ତରରେ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ହୋଇଥିଲି। ରାହୁଲ ସାର୍‌ ହେଉଛନ୍ତି, ଜଣେ କିମ୍ବଦନ୍ତୀ ଖେଳାଳି। ତାଙ୍କ ପାଇଁ  ମୋ ବ୍ୟାଟିଂ ଶୈଳୀରେ ଉନ୍ନତି ହୋଇଛି।”

ଡ୍ରାଭିଡ୍‌ ଫୋନ୍‌ରେ ହନୁମାଙ୍କୁ କହିଥିଲେ, ” ତୁମ ପାଖରେ ଦକ୍ଷତା ରହିଛି। ମାନସିକ ସ୍ତରରେ ତୁମେ ଦୃଢ଼ ଏବଂ ଏହାକୁ ଠିକଣା ସମୟରେ କାର୍ଯ୍ୟରେ ଲଗାଇବା ଦରକାର। ତୁମେ ପଡ଼ିଆକୁ ଯାଅ ଏବଂ ନିଜ ଦକ୍ଷତା ଅନୁଯାୟୀ ଖେଳ ପ୍ରଦର୍ଶନ କର।”

ହନୁମା ଇଂଲଣ୍ଡ ବିପକ୍ଷରେ ଭଲ ବ୍ୟାଟିଂ କରିଥିବାର ଶ୍ରେୟ ରାହୁଲ ଡ୍ରାଭିଡ୍‌ଙ୍କୁ ହିଁ ଦେଇଛନ୍ତି। ରାହୁଲ ଡ୍ରାଭିଡ୍‌ ଇଣ୍ଡିଆ ଏ ଟିମ୍‌ର କୋଚ ଭାବେ କାର୍ଯ୍ୟ କରୁଥିବା ବେଳେ ହନୁମା ସେଇଠାରେ ହିଁ ତାଙ୍କଠାରୁ ବ୍ୟାଟିଂ ତାଲିମ ନେଇଥିଲେ।

ହନୁମା ଆହୁରି କହିଛନ୍ତି, ଇଂଲଣ୍ଡର ଦ୍ରୁତ ବୋଲର୍‌ ଜେମ୍ସ ଆଣ୍ଡରସନ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବୋଲିଂରେ ସେ ବେଶ ନର୍ଭସ ହୋଇଯାଇଥିଲେ। କିନ୍ତୁ ସେମାନଙ୍କର ବଲ୍‌କୁ କିଛି ସମୟ ଖେଳିବା ପରେ ଆଉ ନର୍ଭସ ଲାଗିନଥିଲା ବୋଲି ସେ କହିଛନ୍ତି।

ଉଭୟ ବ୍ରଡ୍‌ ଓ ଆଣ୍ଡରସନ୍‌ ବିଶ୍ୱସ୍ତରୀୟ ବୋଲର୍‌ ହୋଇଥିବା ବେଳେ ୯୦୦ରୁ ଅଧିକ ୱିକେଟ୍‌ ନେଇଛନ୍ତି। ତେବେ ଉଭୟଙ୍କୁ ମୁଁ ସକାରାତ୍ମକ ଢଙ୍ଗରେ ଖେଳିଥିଲି। ବିଶେଷ କରି ବିରାଟ୍‌ କ୍ରିଜ୍‌ରେ ଥିବା ବେଳେ କେବଳ ଗୋଟିଏ ଗୋଟିଏ ରନ୍‌ ନେବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲି ବୋଲି ହନୁମା କହିଛନ୍ତି।



from Odisha Reporter https://ift.tt/2MitvJq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages