ଅଫିସ୍‌ ଭିତରେ ବାବୁଙ୍କୁ ତାଲା ପକାଇ ପିଅନ ଛୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଅଫିସ୍‌ ଭିତରେ ବାବୁଙ୍କୁ ତାଲା ପକାଇ ପିଅନ ଛୁ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଅଫିସରଙ୍କୁ ତାଲା ପକାଇ ପିଅନ ପଳାଇ ଗଲେ। କିନ୍ତୁ ଜାଣିନଥିଲେ ଅଫିସ୍‌ରେ କ୍ରୀଡ଼ା ଅଧିକାରୀ ଓ ଅନ୍ୟ କର୍ମଚାରୀ କାମ କରୁଥିଲେ ବୋଲି। ପରେ ଅବଶ୍ୟ କ୍ରୀଡ଼ା ଅଧିକାରୀଙ୍କଠାରୁ ଖବର ପାଇ ଜଣେ ସାମ୍ବାଦିକଙ୍କ ହସ୍ତକ୍ଷେପ ଯୋଗୁ  ପିଅନ ତାଲା ଫିଟାଇ ଥିଲେ।

ଆଜି ଏମିତି ଏକ କୌତୁହଳପ୍ରଦ ଘଟଣା ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଘଟିଛି।

ପୂରା ଘଟଣା ଏମିତି। ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଥିଲା। ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ଘଟିବା ଆଶଙ୍କା କରି ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ମୁଖ୍ୟ ଫାଟକରେ ତାଲା ପକା ଯାଇଥିଲା। ସେଥିପାଇଁ ଜିଲ୍ଲାପାଳଙ୍କ ଅଫିସ ପରିସର ଖାଁ ଖାଁ ଲାଗୁଥିଲା। ପ୍ରାୟତଃ କେହି କର୍ମଚାରୀ ଥିଲା ପରି ମନେ ହେଉନଥିଲା।

ତଥାପି ଏଡିଏମ୍‌ଓ, ଅତିରିକ୍ତ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟକୁ ଆସି କାମ କରିଥିଲେ।

ସେହିପରି କ୍ରୀଡ଼ା ଅଧିକାରୀ ପ୍ରଦୀପ ମହାନ୍ତି ଓ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ସେମାନଙ୍କ ଅଫିସ୍‌ରେ ଥିଲେ। ମାତ୍ର ଏ ସମ୍ପର୍କରେ ପିଅନମାନେ ଜାଣିପାରିନଥିଲେ। ସେମାନେ ବାହାର ପଟରୁ କବାଟରେ ତାଲା ପକାଇ ଚାଲି ଯାଇଥିଲେ।

ପ୍ରାୟ ୧ ଘଣ୍ଟା ପରେ ପ୍ରଦୀପ ମହାନ୍ତି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଅଫିସ୍‌ରେ ପରିସରରେ ଥିବା ଜଣେ ବରିଷ୍ଠ ସାମ୍ୱାଦିକଙ୍କୁ ଜଣାଇଥିଲେ। ସାମ୍ୱାଦିକ ଜଣକ ପିଅନଙ୍କୁ ସାଥୀରେ ନେଇ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଥିବା କ୍ରୀଡ଼ା ଅଧିକାରୀଙ୍କ ଅଫିସ୍‌ରୁ ତାଲା ଖୋଲାଇ ଥିଲେ।



from Odisha Reporter https://ift.tt/2O4KGjy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages