
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘାତକ ମୋମୋ ଚ୍ୟାଲେଞ୍ଜିଂ ଗେମ୍ ବିରରୋଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ୍। କମିଶନରେଟ୍ ପୁଲିସ ପକ୍ଷରୁ ଚାଲୁଥିବା ନୋ ଇୟୋର୍ ପୁଲିସ ସ୍କିମ୍ରେ ସ୍କୁଲ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।
ଚଳିତ ସପ୍ତାହରେ ୨ଟି ସ୍କୁଲର ପିଲାଙ୍କୁ ଉକ୍ତ ଅଞ୍ଚଳରେ ଥିବା ଥାନାକୁ ଡକାଯାଇ ସେମାନଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରାଯିବ। ସେମାନଙ୍କୁ ମୋମୋ ଚ୍ୟାଲେଞ୍ଜିଂ ଭଳି ଖେଳ ପ୍ରତି ଆକର୍ଷିତ ନହେବାକୁ ସଚେତନ କରାଯିବା ସହ ଆଇନ୍, ଅପରାଧ ଓ ତଦନ୍ତ ଆଦି ପ୍ରସଙ୍ଗରେ ସୂଚନା ଦିଆଯିବ ବୋଲି କମିଶନର କହିଛନ୍ତି।
ପୂର୍ବରୁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ମୋମୋ ଚ୍ୟାଲେଞ୍ଜିଂ ସମ୍ପର୍କରେ ଏକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଥିଲା।
commissionerate police will aware students about memo challenging games negatives
from Odisha Reporter https://ift.tt/2LYsc2s
No comments:
Post a Comment