କର୍ତ୍ତବ୍ୟ ଆଗରେ ତୁଚ୍ଛ ହେଲା ସମ୍ପର୍କ: ଆଇପିଏସ୍ ଝିଅକୁ ସାଲ୍ୟୁଟ୍‌ ମାରିଲେ ଡିସିପି ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

କର୍ତ୍ତବ୍ୟ ଆଗରେ ତୁଚ୍ଛ ହେଲା ସମ୍ପର୍କ: ଆଇପିଏସ୍ ଝିଅକୁ ସାଲ୍ୟୁଟ୍‌ ମାରିଲେ ଡିସିପି ବାପା

ହାଇଦ୍ରାବାଦ: କୁହାଯାଏ କର୍ମ ହିଁ ଭଗବାନ। କର୍ମ ମଣିଷକୁ ମହାନ କରିଦିଏ। ହେଲେ ଏହି କର୍ମ ପାଇଁ ସମ୍ପର୍କ ବି ତୁଚ୍ଛ ହୋଇପାରେ ତା’ର ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଗୋଟିଏ ବିଭାଗରେ ଝିଅ ବଡ଼ ଅଫିସର ହୋଇଥିବା ବେଳେ ବାପ କନିଷ୍ଠ ଅଫିସର ହୋଇ ମଧ୍ୟ ନିଜ କର୍ତ୍ତବ୍ୟକୁ ଭୁଲିଯାଇ ନାହାନ୍ତି।

ସଂଯୋଗବଶତଃ କୌଣସି ଏକ କାର୍ଯ୍ୟକ୍ରମରେ ଉଭୟଙ୍କ ଭେଟ ହୋଇଥିବା ବେଳେ ପ୍ରୋଟୋକଲ ଏବଂ ଶାଳୀନତା ଦୃଷ୍ଟିରୁ ବାପା ଝିଅକୁ ସାଲ୍ୟୁଟ୍ କରିବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।  ଉଭୟ ପୋଲିସ ବିଭାଗରେ କାର୍ଯ୍ୟ କରନ୍ତି।

ଏହି ବିରଳ ଘଟଣା ତେଲେଙ୍ଗାନାରେ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ବାପା ଏଆର ଉମା ମହେଶ୍ୱର ଶର୍ମା ଡେପୁଟି ପୋଲିସ କମିଶନର(ଡିସିପି) ଥିବାବେଳେ ଝିଅ ସିନ୍ଧୁ ଶର୍ମା ହେଉଛନ୍ତି ଆଇପିଏସ୍‌ ଅଫିସର। ସିନ୍ଧୁ ତେଲେଙ୍ଗାନାର ଜଗିତିୟାଲ ଜିଲ୍ଲାରେ ଏସପି ଭାବେ ଅବସ୍ଥାପିତ ଅଛନ୍ତି।

ରବିବାର ହାଇଦ୍ରାବାଦରେ କୋନ୍‌ଗାରା କାଲାମ ଇଲାକାରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ର ଏକ ସାଧାରଣ ସଭା ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା। ଆଉ ସେଠାରେ ବାପା ଝିଅକୁ ଦେଖିବା ମାତ୍ରେ ସାଲ୍ୟୁଟ୍‌ ମାରିବା ବେଶ ଆଲୋଚନାର ବିଷୟ ପାଲଟିଥିଲା।

ତେବେ ଝିଅକୁ ସମ୍ମାନ ଜଣାଇ  ମୁଁ ଗର୍ବିତ ବୋଲି ଉମା ମହେଶ୍ୱର ଶର୍ମା କହିଛନ୍ତି। ଦୀର୍ଘ ବର୍ଷ ଧରି ପୁଲିସ ବିଭାଗରେ କାମ କରିଥିବା ଉମା ମହେଶ୍ୱର ଆସନ୍ତା ବର୍ଷ ଅବସର ନେବେ। ସେ ଏବେ ହାଇଦ୍ରାବାଦର ରଚାକୋଣ୍ଡା ପୋଲିସ କମିଶନର୍ ଅଧୀନ ମାଲକାଜ୍‌ଗିରି ଏରିଆରେ ଡିସିପି ଅଛନ୍ତି।

ଉମା ମହେଶ୍ୱରଙ୍କ ଝିଅ ସିନ୍ଧୁ ଶର୍ମା ହେଉଛନ୍ତି ୨୦୧୪ ଆଇପିଏସ ବ୍ୟାଚ୍‌ର। ରବିବାର ଆମ ବାପ ଝିଅଙ୍କ ମଧ୍ୟରେ କୌଣସି ପବ୍ଲିକ କାର୍ଯ୍ୟକ୍ରମରେ ଭେଟ ହେବା ପ୍ରଥମ ବୋଲି ଉମା ମହେଶ୍ୱର କହିଛନ୍ତି। ସେ ପ୍ରଥମେ ସବ୍‌ଇନ୍ସପେକ୍ଟର୍ ଚାକିରିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ନିକଟରେ  ପଦୋନ୍ନତି ପାଇ ଉମା ମହେଶ୍ୱର ଆଇପିଏସ୍‌ ପାହ୍ୟାରେ ଅବସ୍ଥାପିତ ହୋଇଛନ୍ତି। ଉମାମହେଶ୍ୱର କହିଛନ୍ତି ଯେ, ମୋ ଝିଅ ହେଉଛନ୍ତି ମୋଠାରୁ ସିନିୟର। ତେଣୁ ମୁଁ ତାଙ୍କୁ ସମ୍ମାନ କରିବା ମୋର କର୍ତ୍ତବ୍ୟ।  କାର୍ଯ୍ୟସ୍ଥଳରେ ମୁଁ ଝିଅକୁ ସମ୍ମାନ କରେ କିନ୍ତୁ ଘରେ ଆମର ବାପ-ଝିଅର ସମ୍ପର୍କ। ତେବେ ବାପ-ଝିଅ ମଧ୍ୟରେ ସମ୍ପର୍କର ଏହି ନୂଆ ପରିଭାଷା ସମାଜ ପାଇଁ ଉଦାହହଣ ସୃଷ୍ଟି କରିବ ଏଥିରେ ଦ୍ୱିମତ ନାହିଁ।

(ସୌଜନ୍ୟ: ଇଣ୍ଡିଆନ୍‌ ଏକ୍ସପ୍ରେସ୍‌)



from Odisha Reporter https://ift.tt/2Cpug43

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages