
ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର କାମାକ୍ଷା ଛକଠାରେ ଆଜି ଦୁଇ ଜଣ ଶ୍ରମିକଙ୍କ ଉପରେ ଜେସିବି ଗାଡ଼ି ମାଡ଼ି ଯାଇଛି।
ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଢ଼େଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଉଭୟ ମୃତ ଓ ଆହତ ବ୍ୟକ୍ତିଙ୍କ ଘର କଲିକତାର ସୁନ୍ଦରବନ ଅଞ୍ଚଳରେ।
ସୂଚନାଯୋଗ୍ୟ, ଦୁଇ ଜଣ ଶ୍ରମିକ ନିକଟସ୍ଥ ଓଭର ବ୍ରିଜ୍ରେ କାମ କରୁଥିଲେ। ଜଳଖିଆ ଖାଇବା ପାଇଁ ପାଖ ଦୋକାନଙ୍କୁ ଯିବା ବେଳେ ସେମାନଙ୍କ ଉପରେ ଜେସିବି ଗାଡ଼ି ମାଡ଼ି ଯାଇଥିଲା।
from Odisha Reporter https://ift.tt/2NWlbAY
No comments:
Post a Comment