
ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଘଟଣାରେ ଟାଉନ ଥାନାରେ ମାମଲା ରୁଜୁ କରିଛି ପୁଲିସ। ମୃତକଙ୍କ ଭାଇ ଏତଲା ଦେବା ପରେ ଡାକ୍ତର ବନୋଜ ଦାସ ଓ ସଂଜ୍ଞାନ ଦାସଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି।
ଗତକାଲି ଗୁଣ୍ଡୁରାପଶିର ତୈଲୋକ୍ୟ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ବନୋଜ ଦାସ ଓ ସଂଜ୍ଞାନ ଦାସଙ୍କ ମଧ୍ୟରୁ କିଏ ଚିକିତ୍ସା କରିବ, ତାକୁ ନେଇ ବଚସା ଆରମ୍ଭ ହୋଇଯାଇ ଥିଲା। ଏହାପରେ ଉଭୟ ଅଫିସ୍ ଭିତରକୁ ଯାଇ ନିଷ୍ପତ୍ତି କରି ଫେରିବା ବେଳକୁ ରୋଗୀଙ୍କ ମୃତ୍ୟୁ ଘଟି ସାରିଥିବା ମୃତ ତ୍ରୈଲୋକ୍ୟଙ୍କ ଭାଇ ରବିନାରାୟଣ ସାହୁ କହିଛନ୍ତି।
ଏହି ଘଟଣାରେ ଢେଙ୍କାନାଳ ସିଡିଏମ୍ଓଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି ADM। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍ଓ ଅବନିକାନ୍ତ ପଟ୍ଟନାୟକ କହିଛନ୍ତି।
from Odisha Reporter https://ift.tt/2QjmVFN
No comments:
Post a Comment