
କଳାହାଣ୍ଡି(ରାଜକୁମାର): ପୁଲିସର ବିଚିତ୍ର ଚିନ୍ତାଧାରା! ମୃତଦେହକୁ ଜବତ କଲା। ହେଲେ ବ୍ୟବଚ୍ଛେଦ ପାଇଁ ନିଜେ ନନେଇ ମୃତକଙ୍କ ପରିବାର ଲୋକଙ୍କୁ ନେବାକୁ କହିଲା। ଫଳରେ ବାପାଙ୍କ ମୃତଦେହକୁ ପୁଅ ଟ୍ରଲିରେ ବୋହି ନେବାକୁ ହେଲା।
ପୁଲିସ ବିରୋଧରେ ଏମିତି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ।
ପୂରା ଘଟଣାଟି ଏମିତି। ଗତକାଲି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ଉଫେର ଗାଁର ମକରନ୍ଦ ମାଝି। ମାତ୍ର ଘରକୁ ଫେରିନଥିଲେ। ପରିବାର ଲୋକେ ମକରନ୍ଦଙ୍କୁ ଚାରିଆଡେ ଖୋଜି ଥିଲେ ମଧ୍ୟ ପାଇନଥିଲେ। ପରେ ନର୍ଲା ପୁଲିସ ଓ ଅଗ୍ନିଶମ କର୍ମଚାରୀ ମକରନ୍ଦଙ୍କୁ ଖୋଜାଖୋଜି କରିଥିଲେ। ରାତିରେ ତାଙ୍କ ମୃତଦେହ ଠାବ କରିଥିଲା ପୁଲିସ। ହେଲେ ଶବ ବ୍ୟବଚ୍ଛେଦ ପାଇଁ ନିଜେ ନେଲାନାହିଁ।
ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପାଇଁ ମକରନ୍ଦଙ୍କ ପୁଅ ଚଞ୍ଚଳ ମାଝିଙ୍କୁ ମୃତଦେହ ଆଣିବାକୁ ପୁଲିସ କହିଥିଲା। ପୁଲିସ ବାବୁଙ୍କ କଥାରେ ନିଜ ବାପାଙ୍କ ମୃତଦେହକୁ ଟ୍ରଲିରେ ୮ କିମି ଦୂର ଏମ୍.ରାମପୁର ଡାକ୍ତରଖାନା ନିକଟକୁ ବୋହି ନେଇଥିଲେ ଚଞ୍ଚଳ
from Odisha Reporter https://ift.tt/2oSFmVg
No comments:
Post a Comment