
ପୁରୀ (ଓଡ଼ିଶା ରିପୋର୍ଟର): ପର୍ଯ୍ୟଟନ ସହର ହେଉଛି ଶ୍ରୀକ୍ଷେତ୍ର। ସେଥିପାଇଁ ପ୍ରତିଦିନ ପୁରୀ ଷ୍ଟେସନରେ ହଜାର ହଜାର ଟ୍ରେନ୍ ଯାତ୍ରୀ ଓହ୍ଲାଉଛନ୍ତି। ଯାତ୍ରୀଙ୍କ ନିରାପତ୍ତା ଦୃଷ୍ଟିରୁ ଏହି ଷ୍ଟେସନରେ ଏବେ ଆରମ୍ଭ ହୋଇଛି ନବକଳେବର। ରେଳଲାଇନ, କୋଚିଂ କମ୍ପ୍ଲେକ୍ସ ଆଦି କାମ ଆରମ୍ଭ ହୋଇଛି।
ଭାରତୀୟ ରେଳ ବିଭାଗର ଏହା ହେଉଛି ପ୍ରମୁଖ A-1 ଷ୍ଟେସନ। ପୂର୍ବତଟ ରେଳ ବିଭାଗର ଏହା ହେଉଛି ସର୍ବବୃହତ କୋଚିଂ କମ୍ପ୍ଲେକ୍ସ। ଷ୍ଟେସନର ଆଧୁନିକୀକରଣ କାମ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାରଣରୁ ୧୧ ଦିନ ପାଇଁ ୧୪ଟି ଟ୍ରେନକୁ ସଂପୂର୍ଣ୍ଣ ବାତିଲ କରାଯାଇଛି।
ସେହିପରି କିଛି ଟ୍ରେନ୍ ଚାଲୁଥିବା ବେଳେ ଆଉ କେତେକ ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଆଂଶିକ ବାତିଲ୍ ଟ୍ରେନ୍ ଗୁଡିକ ପୁରୀ ନଯାଇ ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଅଟକିବ ବୋଲି ପୁରୀ ରେଳ ଷ୍ଟେସନ୍ ନିର୍ଦ୍ଦେଶକ ବିଜୟ କୁମାର ପରିଜା କହିଛନ୍ତି।
ତେବେ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ମାଗଣା ବସ୍ ସୁବିଧା ଯୋଗାଇ ଦିଆଯାଉଛି। ଯେଉଁ ଯାତ୍ରୀମାନେ ପୁରୀରୁ ନିଜ ଗନ୍ତବ୍ୟସ୍ଥଳକୁ ଟିକଟ୍ କାଟିଥିବେ, ସେମାନଙ୍କୁ ବସ୍ ଯୋଗେ ଖୋର୍ଦ୍ଧା ଓ ଭୁବନେଶ୍ୱର ଷ୍ଟେସନରେ ନେଇ ଛଡ଼ାଯିବ। ସେହିପରି ପୁରୀକୁ ଯାଉଥିବା ଯାତ୍ରୀଙ୍କୁ ମଧ୍ୟ ଭୁବନେଶ୍ୱର ଓ ଖୋର୍ଦ୍ଧା ଷ୍ଟେସନରୁ ବସରେ ମାଗଣାରେ ପୁରୀକୁ ନିଆଯିବ।
from Odisha Reporter https://ift.tt/2xe3jdz
No comments:
Post a Comment