
ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପରିସରରେ ଜଣେ ଭକ୍ତଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରୁଥିବା ବେଳେ ଭକ୍ତଙ୍କୁ ଜଣେ ବୋଝିଆ ଯୁବକ ମାଡ଼ ମାରିଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି।
ପୁଲିସ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ଖୋର୍ଦ୍ଧା ଜିଲ୍ଲା ବାଣପୁର ବାସିନ୍ଦା ବ୍ରଜବନ୍ଧୁ ବିଶ୍ୱାଳ ଓ ତାଙ୍କ ପରିବାର ଆଜି ଶ୍ରୀକ୍ଷେତ୍ର ଯାଇଥିଲେ। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରୁଥିଲେ।
ତେବେ କୌଣସି କାରଣକୁ ନେଇ ଜଣେ ବୋଝିଆ ଯୁବକ ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏପରିକି ସମ୍ପୃକ୍ତ ବୋଝିଆ ଯୁବକ ସେମାନଙ୍କ ଉପରକୁ କୁଡ଼ିଆ ଫୋପାଡ଼ିଥିଲେ। ତା’ ଛଡ଼ା ସେ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିବା ବ୍ରଜବନ୍ଧୁ ଥାନାରେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2p8vuqN
No comments:
Post a Comment