
ନୂଆଦିଲ୍ଲୀ:ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନିଯୁକ୍ତିକୁ ବିରୋଧ କରି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏଥିସହିତ କୋର୍ଟ କହିଛନ୍ତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନିଯୁକ୍ତିକୁ ବିରୋଧ କରି କରାଯାଇଥିବା ଆବେଦନ ବିଚାର ଯୋଗ୍ୟ ନୁହେଁ। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ଏଏମ୍ ଖାନ୍ୱିଲକର ଓ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏହି ଶୁଣାଣି ପ୍ରକ୍ରିୟାରେ ସାମିଲ ଥିଲେ।
ଜଷ୍ଟିସ୍ ଗୋଗୋଇଙ୍କ ନିଯୁକ୍ତିକୁ ବିରୋଧ କରି ବରିଷ୍ଠ ଆଇନ୍ଜୀବୀ ଆର୍.ପି. ଲୁଥ୍ରା ଓ ସତ୍ୟବୀର ଶର୍ମା ଏହି ଆବେଦନ କରିଥିଲେ। ଗତ ଜାନୁୟାରୀ ୧୨ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବିରୋଧରେ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ୪ ଜଣ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ଗୋଗୋଇ ସାମିଲ ଥିଲେ। ତେଣୁ ତାଙ୍କ ନିଯୁକ୍ତିକୁ କୋର୍ଟ ରଦ୍ଦ କରନ୍ତୁ ବୋଲି ସେମାନେ ଆବେଦନରେ ଦର୍ଶାଇଥିଲେ।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପରେ ବରିଷ୍ଠତାକୁ ଆଧାର କରି ସେପ୍ଟେମ୍ବର ୧୩ରେ ଜଷ୍ଟିସ୍ ଗୋଗୋଇଙ୍କୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଅଆଯାଇଛି। ସେ
ଅକ୍ଟୋବରରୁ କାର୍ଯ୍ୟଭାର ସମ୍ଭାଳିବେ।
from Odisha Reporter https://ift.tt/2IiYgOh
No comments:
Post a Comment