ଓଡ଼ିଆ ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍ ଆଟାକ୍‌ ଧମକ, ଅଶାଳୀନ ଭାଷାରେ ମେସେଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଓଡ଼ିଆ ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍ ଆଟାକ୍‌ ଧମକ, ଅଶାଳୀନ ଭାଷାରେ ମେସେଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଢ଼ି ନହେଲା ଭଳି ମନ୍ତବ୍ୟ। କାନରେ ଶୁଣି ନହେଲା ଭଳି ଅପଶବ୍ଦ। ଅଶାଳୀନ ଓ ଅଶ୍ଳୀଳତାର ସବୁ ସୀମା ଲଂଘିଯିବା ଭଳି ଆକ୍ଷେପ। ଜଣେ ସିରିଏଲ ଅଭିନେତ୍ରୀଙ୍କୁ ହ୍ୱାଟ୍ସଆପ୍‌ରେ କେହି ଜଣେ ଦୁର୍ବୃତ୍ତ ଏମିତି କିଛି ଆପତ୍ତିଜନକ ଶବ୍ଦ ଲେଖି ତାଙ୍କୁ ମେସେଜ୍‌ କରୁଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହଁ, ଯୁବକ ଜଣକ ସମ୍ପୃକ୍ତ ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆଟାକ୍‌ର ଧମକ ମଧ୍ୟ ଦେଇଛି ।

ଯୁବକ ଜଣଙ୍କ ଗତ ୧୫ ଦିନ ହେବ ତାଙ୍କୁ ହ୍ୱାଟ୍‌ସଆପ୍‌ରେ ଅଶାଳୀନ ମେସେଜ୍‌ ଦେଇ ହଇରାଣ ହରକତ୍‌ କରି ଆସୁଥିବା ଅଭିଯୋଗ ହୋଇଛି। ଏଥିରେ ଅତିଷ୍ଠ ହୋଇ ଅଭିନେତ୍ରୀ ଜଣକ ଆଜି ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ଯୁବକ ଜଣକ ଅଶ୍ଳୀଳ ଭାଷାରେ ମେସେଜ କରିବା ସହ ତାଙ୍କର ଅଶ୍ଳୀଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିବା ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି।  ଅଭିଯୋଗ ପରେ ପୁଲିସ କମିଶନର୍ ଏକ ତଦନ୍ତକାରୀ ଟିମ୍‌ ଗଠନ କରି ତଦନ୍ତ କରିବେ ବୋଲି କହିଥିବା ଅଭିନେତ୍ରୀ ଜଣଙ୍କ କହିଛନ୍ତି।

ଯୁବକ ଜଣକ କିଛିଦିନ ହେବ ସୋଶାଲ୍‌ ମିଡିଆରେ ଗାଳିଗୁଲଜ କରିବା ସହିତ ତାଙ୍କୁ ଭିନ୍ନ ଭିନ୍ନ ନମ୍ବରରୁ ମେସେଜ ପଠାଇ ଭୟଭୀତ କରୁଥିବା ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଧାରାବାହିକରେ ଅଭିନେତ୍ରୀ ଜଣଙ୍କ ଅଭିନୟ କରୁଛନ୍ତି।



from Odisha Reporter https://ift.tt/2OQ4OpS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages