
ଚର୍ଚ୍ଚା ହେଉଛି କ୍ଷମତା କେନ୍ଦ୍ର ଜଣେ ସରୁକୁହା ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କ କଥାରେ ଚିଲିକା ଉପରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ଘଟଣାକୁ ରାଜନୀତିକ ରୂପ ଦେଇଥିଲେ। କ୍ଷମତାକେନ୍ଦ୍ରଙ୍କ ପାଖରେ ଏହି ଅତିରିକ୍ତ ସଚିବ ପାହ୍ୟାର ଅଫିସର ନିଜର ଆନୁଗତ୍ୟର ପ୍ରମାଣ ଦେଇ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗ ହାତେଇବାକୁ ଆଶା ବାନ୍ଧିଛନ୍ତି।
ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରର ନର୍ଭ ସେଣ୍ଟର୍ କୁହାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ କୁଆଡେ଼ ବୁଦ୍ଧି (ଆଇଡିଆ) କିଣାବିକା ହେଉଛି ବୋଲି ପାୱାର କରିଡରରେ ଚର୍ଚ୍ଚା।
ଶୁଣିବାକୁ ମିଳୁଛି, ତୃତୀୟ ମହଲାର ବିନା ଈସାରାରେ କୁଆଡେ଼ ରାଜ୍ୟ ପ୍ରଶାସନ ଓ ଶାସକ ବିଜେଡି ଦଳରେ ପତ୍ରଟିଏ ବି ହଲୁନି। ଛୋଟଠୁ ବଡ଼ ଓ ଭଲଠୁ ମନ୍ଦ, ସବୁ କାମ ତୃତୀୟ ମହଲା ଜାଣତରେ ହିଁ ହେଉଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଓ ତାଙ୍କ ଟିମ୍ କୁଆଡେ଼ ସବୁ ନିଷ୍ପତ୍ତି ନେଉଛନ୍ତି।
ତେବେ ଏହି କ୍ଷମତା କେନ୍ଦ୍ର କୁଆଡେ଼ ଏକ କୋଟେରୀ ଗଢ଼ିଛନ୍ତି, ଯାହାର ସଦସ୍ୟମାନେ ତାଙ୍କୁ କୁଆଡେ଼ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେଉଛନ୍ତି। ତା’ଛଡ଼ା ବିଜେଡିରେ ତାଙ୍କର ଖାସ୍ ଥିବା କିଛି ନେତା ମଧ୍ୟ ଭିନ୍ନ ଭିନ୍ନ ପ୍ରସଙ୍ଗରେ କୁଆଡ଼େ ତାଙ୍କ ପାଖରେ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରୁଛନ୍ତି।
ଯଦି ତାଙ୍କୁ ସେହି ଆଇଡିଆ ଭଲ ଲାଗୁଛି ତେବେ ସଙ୍ଗେସଙ୍ଗେ ସେହି ନେତାଙ୍କ ଖୋଜା ପଡୁଛି। ତାଙ୍କ ସହ କିଛି ସମୟ କଥା ପରେ କୁଆଡେ଼ ସେହି ପ୍ରୋଜେକ୍ଟକୁ ବାବୁଙ୍କ ଗ୍ରୀନ୍ ସିଗ୍ନାଲ୍ ମିଳୁଛି।
ଆଉ ସରକାରରେ ହେଉ କି ବିଜେଡିରେ, ତାକୁ କାର୍ଯ୍ୟକାରୀ କରାଯାଉଛି।
ବାବୁ କୁଆଡେ଼ ଏବେ ଏତେ ବ୍ୟସ୍ତ ରହୁଛନ୍ତି ଯେ କୌଣସି ଅଡ଼ୁଆ ପ୍ରସଙ୍ଗ ଆସିଲେ ସଙ୍ଗେସଙ୍ଗେ ଏହି ପରାମର୍ଶଦାତା ଟିମକୁ କାର୍ଯ୍ୟରେ ଲଗାଇ ଦେଉଛନ୍ତି।
ଚର୍ଚ୍ଚା ହେଉଛି କ୍ଷମତା କେନ୍ଦ୍ର ଜଣେ ସରୁକୁହା ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କ କଥାରେ ଚିଲିକା ଉପରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ଘଟଣାକୁ ରାଜନୀତିକ ରୂପ ଦେଇଥିଲେ। କ୍ଷମତାକେନ୍ଦ୍ରଙ୍କ ପାଖରେ ଏହି ଅତିରିକ୍ତ ସଚିବ ପାହ୍ୟାର ଅଫିସର ନିଜର ଆନୁଗତ୍ୟର ପ୍ରମାଣ ଦେଇ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗ ହାତେଇବାକୁ ଆଶା ବାନ୍ଧିଛନ୍ତି।
ଅବଶ୍ୟ ଦୀର୍ଘ ଦିନ ଅଣଦେଖା ହୋଇ ରହିବା ପରେ ସେହି ବରିଷ୍ଠ ଅଧିକାରୀ ଗତ କିଛି ମାସ ହେଲା କ୍ଷମତାକେନ୍ଦ୍ରଙ୍କ ପ୍ରିୟଭାଜନ ହେବା ଭଳି ବିଭିନ୍ନ କାର୍ଯ୍ୟ କରିବାରେ ଲାଗି ପଡ଼ିଛନ୍ତି। ପରେ ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ପ୍ରସଙ୍ଗ ବୁମେରାଂ ହେବାରୁ କ୍ଷମତାକେନ୍ଦ୍ର ବୈଜୟନ୍ତଙ୍କ ବନ୍ଧୁ ବୋଲାଉଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟକୁ ଆଳ କରି ଶ୍ରୀ ପଣ୍ଡାଙ୍କୁ ହଇରାଣ କରିବା ପାଇଁ ଯୋଜନା ଚଳାଇଛନ୍ତି। ଆଉ ଏଥିରେ ତାଙ୍କୁ କୁଆଡେ଼ କିଛି ତୋଷାମଦିଆ ନେତା ଓ ତୃତୀୟ ମହଲାର ‘ଖାସ୍’ ସାମ୍ବାଦିକ ସହଯୋଗ କରୁଛନ୍ତି।
ଚର୍ଚ୍ଚା ହେଉଛି, ଯେଉଁମାନେ ଏବେ ତୋଷାମଦ କରିବା ପାଇଁ ବାବୁଙ୍କୁ ନୂଆ ନୂଆ ପ୍ରସ୍ତାବ ଆଣି ଦେଉଛନ୍ତି ସେମାନଙ୍କୁ କୁଆଡ଼େ ବିଭିନ୍ନ ଉପାୟରେ ପୁରସ୍କୃତ ଓ ସନ୍ତୁଷ୍ଟ କରାଯିବା ସହ ଆବଶ୍ୟକ ଗୁରୁତ୍ବ ମଧ୍ୟ ଦିଆଯାଉଛି। ଅବଶ୍ୟ ଏମାନେ କେହି ତାଙ୍କର ନିୟମିତ ପରାମର୍ଶଦାତା କୋଟେରୀରେ ନାହାନ୍ତି। ତେଣୁ ତାଙ୍କୁ ପାର୍ଟ-ଟାଇମ୍ ବା ଷ୍ଟ୍ରିଙ୍ଗର୍ ପରାମର୍ଶଦାତା ବୋଲି କୁହାଯାଉଛି।
ତେବେ ତେଲେଙ୍ଗାନା, ତାମିଲନାଡୁ ଓ ଦିଲ୍ଲୀରେ ଅବସ୍ଥାପିତ ୪ରୁ ୫ଜଣ ଆଇଏଏସ ଅଫିସର୍ ହିଁ ପରୋକ୍ଷରେ ଏହି ଦ୍ବିତୀୟ କ୍ଷମତା କେନ୍ଦ୍ର ମାଧ୍ୟମରେ ଓଡ଼ିଶାକୁ ପରିଚାଳନା କରୁଥିବା ଚର୍ଚ୍ଚା।
from Odisha Reporter https://ift.tt/2xu39Q4
No comments:
Post a Comment