
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ଜଣେ ଅଙ୍ଗନବାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଅଙ୍ଗନବାଡି ଦିଦି ଜଣଙ୍କ ମିଟିଂ ସାରି ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ସମୟରେ ଭାଇଙ୍କ ସହ ବାଇକ୍ରେ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଯୁବକ ମହିଳାଙ୍କ ଭାଇଙ୍କୁ ମାଡ଼ ମାରି ତାଙ୍କୁ ଅପହରଣ କରି ନେଇଥିଲେ। ପରେ ସେମାନେ ଗଣଦୁଷ୍କର୍ମ କରି ରାସ୍ତାରେ ଫୋପାଡ଼ି ଦେଇ ପଳାଇ ଯାଇଥିଲେ।
ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୀଡିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୩ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2oXT1KP
No comments:
Post a Comment