
ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଡିପ୍ରେସନ୍ର ଶିକାର ହୋଇଛନ୍ତି। ରାଞ୍ଚି ସ୍ଥିତ ରାଜେନ୍ଦ୍ର ଇନ୍ଷ୍ଟି ଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ର ନିର୍ଦ୍ଦେଶକ ଆର. କେ. ଶ୍ରୀବାସ୍ତବ ସୋମବାର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ଲାଲୁ ଯାଦବ ଡିପ୍ରେସନ୍ର ଶିକାର ହୋଇଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏହି ରିପୋର୍ଟ ଦେଇଛନ୍ତି। ଦିଲ୍ଲୀ ଏମ୍ସ ମଧ୍ୟ ଲାଲୁଙ୍କୁ ଡିସ୍ଚାର୍ଜ କରିବା ସମୟରେ ଏ କଥା କହିଥିଲା।”
ଜେଲ୍ ସୁପରିନ୍ଣ୍ଟେଣ୍ଡେଣ୍ଟଙ୍କ ଅନୁମତି ନେଇ ଗତ ବୁଧବାର ଲାଲୁଙ୍କୁ ରିମ୍ସର ଜେନେରାଲ୍ ୱାର୍ଡରୁ ଏକ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ତାଙ୍କୁ ପ୍ରତିଦିନ ୧୦୦୦ ଟଙ୍କା ଦେବାକୁ ହେବ ବୋଲି ଶ୍ରୀବାସ୍ତବ କହିଛନ୍ତି।
ନିକଟରେ ମୁମ୍ବାଇରେ ତାଙ୍କ ଶରୀରରେ ଏକ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ଅନ୍ତରୀଣ ଜାମିନ୍ ଶେଷ ହେବା ପରେ ସେ ଅଗଷ୍ଟ ୩୦ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।
ସେ ଜଣେ ହୃଦ୍ରୋଗୀ ହୋଇଥିବା ବେଳେ ତାଙ୍କ କିଡ୍ନୀରେ ବି ସମସ୍ୟା ରହିଛି।
from Odisha Reporter https://ift.tt/2x5a02l
No comments:
Post a Comment