
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଝିଅମାନଙ୍କ ପାଇଁ ସବୁଠୁ କମ୍ଫର୍ଟ ବର୍ଟମ୍ ୱିୟର ଲେଗିଙ୍ଗ୍ସ ଏବେ ଆହୁରି ଆକର୍ଷଣୀୟ ହୋଇଗଲାଣି। ଏବେ ପ୍ଲେନ୍ ବଦଳରେ ପ୍ରିଣ୍ଟେଡ୍ ଲେଗିଙ୍ଗ୍ସ୍ ଝିଅମାନଙ୍କ ମନ କିଣୁଛି। ଏହାର ବିଶେଷତ୍ୱ ହେଉଛି, ଏହାକୁ ଉଭୟ କାଜୁଆଲ୍ ଓ ଫର୍ମାଲ୍ ଆଉଟଫିଟ୍ସ ସହ ମ୍ୟାଚ୍ କରି ପିନ୍ଧା ଯାଇପାରିବ।
ପରଫେକ୍ଟ ଜିମ୍ ଆଉଟ୍ଫିଟ୍: ଜିମ୍ ଗଲାବେଳେ ଏଭଳି ଆଉଟ୍ଫିଟ୍ ପିନ୍ଧିବା ଦରକାର, ଯାହା କମ୍ଫର୍ଟେବଲ୍ ସହ ଷ୍ଟାଇଲିସ୍ ମଧ୍ୟ ହୋଇଥିବ। ପ୍ରିଣ୍ଟେଡ୍ ଲେଗିଙ୍ଗ୍ସ୍ ଏଥିପାଇଁ ଏକଦମ୍ ପର୍ଫେକ୍ଟ। କାରଣ ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍, ଦେଖିବାକୁ ବି ସେମିତି ଷ୍ଟାଇଲିସ୍। ପ୍ଲେନ୍ ଟପ୍ ହେଉ କି ଟି-ସର୍ଟ, ଏସବୁ ସହ ପ୍ରିଣ୍ଟେଡ୍ ଲେଗିଙ୍ଗ୍ସ୍ ମ୍ୟାଚ୍ କରି ପିନ୍ଧି ହେବ।
ଅଫିସ୍କୁ ବି ପିନ୍ଧି ଯାଇ ପାରିବେ- କାଜୁଆଲ୍ ଲୁକ୍ ବ୍ୟତୀତ ପ୍ରିଣ୍ଟେଡ୍ ଲେଗିଙ୍ଗ୍ସ୍କୁ ଅଫିସ୍ ୱିୟର୍ ମଧ୍ୟ କରିହେବ। ଫ୍ଲୋରାଲ୍, ଜିୟୋମ୍ୟାଟ୍ରିକ୍ ପରି ପ୍ରିଣ୍ଟେଡ୍ ଲେଗିଙ୍ଗ୍ସ୍ ଅଫିସ୍ ପାଇଁ ଏକଦମ୍ ପର୍ଫେକ୍ଟ। କାଜୁଆଲ୍ ପାଇଁ ବୋଲ୍ଡ ପ୍ରିଣ୍ଟ୍ ପିନ୍ଧନ୍ତୁ। କୁର୍ତୀ, ସାର୍ଟ କିମ୍ବା ଟି-ସାର୍ଟ ସବୁ ସହ ଆପଣ ଏହାକୁ ପିନ୍ଧି ପାରିବେ।
ଆକର୍ଷଣୀୟ ପାର୍ଟି ୱିୟର– ପାର୍ଟି ଆଉଟ୍ଫିଟ୍ ପାଇଁ ଲେଗିଙ୍ଗ୍ସ ସବୁଠୁ ଭଲ ବିକଳ୍ପ। ଏହା ସହ ଡିଜାଇନର ଟପ୍ ପେୟାର କରି ପିନ୍ଧନ୍ତୁ। ଟିକେ ଅଲଗା ବା ୟୁନିକ୍ ଲୁକ୍ ପାଇଁ ଏହା ସହ ଏକ ଜ୍ୟାକେଟ୍ ପିନ୍ଧନ୍ତୁ।
from Odisha Reporter https://ift.tt/2N9bM7Q
No comments:
Post a Comment