
ସାଲେପୁର:(ମନୋଜ ଆଚାର୍ଯ୍ୟ):ମାହାଙ୍ଗା ବ୍ଲକ ଓସ୍ତମୂଳ ବଜାରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସାରେ ଅବହେଳା ଏବଂ ପରିବାରରର ଗୁହାରୀ ନଶୁଣିବା କାରଣରୁ ଜଣେ କର୍କଟ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ନାବାଳିକା ଜଣଙ୍କ ହେଉଛନ୍ତି ସ୍ଥାନୀୟ ସୁକଲେଶ୍ୱର ଗାଁର ଗୀତାଞ୍ଜଳି ଜେନା।
ମୃତଦେହକୁ ରାସ୍ତାରେ ରଖି ପରିବାର ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳା ଆଉ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ମୃତ ନାବାଳିକାର ବାପା। ଗତ କିଛିଦିନ ହେବ ଗୀତାଞ୍ଜଳି ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଯେହେତୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ତେଣୁ ସମ୍ପୃକ୍ତ ନବାଳିକାଙ୍କ ବାପା ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଥିବା କହିଛନ୍ତି।
ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ କୌଣସି ପଦକ୍ଷେପ ନନେବା ଏବଂ ଏସ୍ସିବି ମେଡିକାଲ୍ରେ ଡାକ୍ତରଙ୍କ ଅବହେଳା ଏବଂ ଅଧିକ ଚିକିତ୍ସା ନକରି ଘରକୁ ଫେରାଇଦେବାରୁ ଆଜି ତା’ର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ କରିଛନ୍ତି। ଓସ୍ତମୂଳ ବଜାରରେ ସ୍ଥାନୀୟ ଲୋକେ ଶବରଖି କ୍ଷତିପୂରଣ ଦାବି କରିଛନ୍ତି।
from Odisha Reporter https://ift.tt/2wY9XV4
No comments:
Post a Comment