ପ୍ରକାଶନୀ ଜନିତ ସମସ୍ୟାରେ ପଡ଼ିଥିଲେ କବି ସଚ୍ଚି ରାଉତରାୟ: ନିଜ ବହି ନିଜେ ହିଁ ପ୍ରକାଶ କରିବାକୁ ବାଧ୍ୟ ହୋଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ପ୍ରକାଶନୀ ଜନିତ ସମସ୍ୟାରେ ପଡ଼ିଥିଲେ କବି ସଚ୍ଚି ରାଉତରାୟ: ନିଜ ବହି ନିଜେ ହିଁ ପ୍ରକାଶ କରିବାକୁ ବାଧ୍ୟ ହୋଇଥିଲେ

ପୁସ୍ତରର ନାଁ: କବିତା-୧୯୮୫
ପ୍ରକାଶକ: ଦିଗଂତ ପ୍ରକାଶିନୀ, କଟକ-୧
ପ୍ରଚ୍ଛଦ: ବିନୋଦ ରାଉତରାୟ
ମୂଲ୍ୟ: ୧୬ ଟଙ୍କା

କବିତା ସମସ୍ତଙ୍କ ମନରେ ଥାଏ। ଅର୍ଥାତ ସବୁ ମଣିଷ ନିଜ ଭିତରେ ନିରବରେ ଗୀତଟିଏ ଗାଉଥାଏ। ନହେଲେ ସେ ବଞ୍ଚି ରହିପାରିବ ନାହିଁ। କିଏ ତାକୁ ପ୍ରକାଶ କରେ, ଆଉ କିଏ ପ୍ରକାଶ କରିବାକୁ ଚାହେଁନାହିଁ।

‘ଓଡ଼ିଶା ରିପୋର୍ଟର’ର ପୁସ୍ତକ ବିଭାଗରେ ଏଥର ଚର୍ଚ୍ଚା, ପ୍ରସିଦ୍ଧ କବି ସଚ୍ଚି ରାଉତରାୟଙ୍କର ଏକ ପୁରୁଣା କବିତା ବହିକୁ ନେଇ। ପୁସ୍ତକଟିର ନାଁ ‘କବିତା-୧୯୮୫’। ପ୍ରଥମ ସଂସ୍କରଣ ୧୯୮୫ ମସିହା ଅକ୍ଟୋବର ମାସରେ। ପୁସ୍ତକଟିର ପ୍ରଚ୍ଛଦ ଆଙ୍କିଛନ୍ତି ବିନୋଦ ରାଉତରାୟ। ବହିଟିର ପ୍ରକାଶକ ହେଲେ, ଦିଗଂତ ପ୍ରକାଶିନୀ, ମିଶନ ରୋଡ଼, କଟକ-୭୫୩୦୦୧। ମୁଦ୍ରକ ହେଲେ ଓଡ଼ିଶା ପ୍ରଣ୍ଟିଂ ୱାର୍କସ୍। ବହିଟିର ଦାମ୍ ରଖାଯାଇଛି ୧୬ ଟଙ୍କା।

ପ୍ରାକ୍‌ କଥନୀରେ କବି ସଚ୍ଚି ରାୟତରାୟ ଲେଖିଛନ୍ତି- ‘କବିତା-୧୯୮୩’ ପୁସ୍ତକ ଦୁଇବର୍ଷ ତଳେ ପ୍ରକାଶ ପାଇଥିଲା। ଗତ ଦୁଇବର୍ଷ ମଧ୍ୟରେ ଲିଖିତ ମୋର ୩୫ଟି ନୂଆ କବିତା ଏବଂ ୧୯୮୦ ମସିହାରେ ରଚିତ ୫୩ଟି ଗୀତିକା ‘କବିତା-୧୯୮୫’ ସଙ୍କଳନରେ ପ୍ରକାଶ କରାଯାଉଛି। ଏଗୁଡ଼ିକ ରସଜ୍ଞ ପାଠକ ମହଲରେ କେତେଦୂର ଆଦୃତ ହେବ ତାହା ମୁଁ ଜାଣେନାହିଁ। କିନ୍ତୁ ମୁଁ ଏତିକି ଜାଣେ ଯେ ସମାଜର ଆଉ ଦଶ ଜଣଙ୍କ ପରି କବିର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଭୂମିକା ଅଛି ଏବଂ ସେ ତାହା ନିଷ୍ଠାର ସହିତ ଶେଷ ଅବଧି ପାଳନ କରିବା ଉଚିତ।

କବି ସଚ୍ଚି ରାଉତରାୟ ତାଙ୍କର ଏହି କବିତା ପୁସ୍ତକରେ ନିଜ ଆଖିରେ ସମସ୍ୟ ସଂପର୍କରେ ମଧ୍ୟ ଲେଖିଛନ୍ତି। ତେଣୁ ଯାହା ଜଣାପଡୁଛି, ୧୯୮୫ ମସିହା ବେଳକୁ ତାଙ୍କର ଦୃଷ୍ଟିଶକ୍ତି ସମସ୍ୟା ଜଟିଳ ହେବାରେ ଲାଗିଥିଲା। ତେଣୁ କାଳେ ତାଙ୍କର ଦୃଷ୍ଟିଶକ୍ତି ସଂପୂର୍ଣ୍ଣ ଚାଲିଯିବ, ସେଥିପାଇଁ ସେ ତାଙ୍କର ସମସ୍ତ ବହି ତରତର ହୋଇ ପ୍ରକାଶ କରିଦେବାକୁ ଚାହୁଁଥିଲେ।

ସେହିପରି ପ୍ରକାଶନୀ ସମସ୍ୟା ସଂପର୍କରେ ମଧ୍ୟ ସେ ତାଙ୍କ ମୁଖବନ୍ଧରେ ଲେଖିଛନ୍ତି। ଏହି ପୁସ୍ତକର ପ୍ରକାଶନୀ ସଂସ୍ଥା ‘ଦିଗଂତ ପ୍ରକାଶିନୀ’ କବି ସଚ୍ଚି ରାଉତରାୟଙ୍କର ନିଜସ୍ୱ। ଏ ସଂପର୍କରେ ସେ ଲେଖିଛନ୍ତି- ‘…ମୋର ସମସ୍ତ ବହି ନାନା କାରଣରୁ ଗତ ୧୯୮୩ ମସିହାରୁ ‘ଦିଗଂତ ପ୍ରକାଶିନୀ’ ହିଁ ପ୍ରକାଶ କରୁଛି। ତେଣୁ ନିଜେ ଲେଖି ସେ ବହି ପ୍ରକାଶ କରିବା ଓ ତହିଁରେ ବିକ୍ରିର ବ୍ୟବସ୍ଥା କରିବା ସମସ୍ତ କାର୍ଯ୍ୟ ଏକକ ଉତ୍ୟମରେ ହିଁ କରିବାକୁ ପଡୁଛି। କାହିଁକି ନିଜ ବହି ନିଜେ ପ୍ରକାଶ କରିବାକୁ ବାଧ୍ୟ ହେଲି, ତା’ର ଇତିହାସ ସୁବିସ୍ତୃତ। ତାହା ଏଠାରେ ଆଲୋଚନା ନ କରିବା ହିଁ ଭଲ।’

ଏଥିରୁ ଅନୁମାନ କରାଯାଉଛି ଯେ, କବି ଶ୍ରୀଯୁକ୍ତ ରାଉତରାୟ ପ୍ରକାଶନୀ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପ୍ରକାଶକମାନଙ୍କ ସହ ତାଙ୍କର କିଛିକାଂଶରେ ଦ୍ୱିମତ ଥିଲା। ତେଣୁ ସେ ବାଧ୍ୟ ହୋଇ ନିଜ ବହି ନିଜେ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ।

କବିତା-୧୯୮୫ରେ ସର୍ବମୋଟ ଶ୍ରୀ ରାଉତରାୟଙ୍କର ୩୫ଟି କବିତା ସ୍ଥାନୀତ ହୋଇଛି। ଏହାପରେ ପୁସ୍ତକର ଏକ ଦ୍ୱିତୀୟ ଭାଗ ମଧ୍ୟ ରହିଛି। ଯେଉଁଥିରେ ୭ଟି ଅଧ୍ୟାୟ ଅଧିନରେ ମୋଟ ୫୩ଟି ଗୀତିଗୁଚ୍ଛ ସ୍ଥାନୀତ ହୋଇଛି। ଏହିସବୁ ଗୀତଗୁଡ଼ିକ ଛନ୍ଦରେ ଲେଖାଯାଇଛି ଓ ପଢ଼ିବାକୁ ଅତ୍ୟନ୍ତ ସୁଖ ଅନୁଭବ ହେଉଛି। ଏଥିରୁ ପଦଟିଏ ପଢ଼ନ୍ତୁ।

ମେଘ ପରି ତାର ଭାରି ଆଖିପତା
ତଳକୁ ଆସୁଛି ନଇଁ,
ଛୁଂଦେଲେ ସତେ ତରଳି ପଡ଼ିବ
ଗୋଟିଏ ଜମାଟ ନଈ।

କହିଲେ କିଛି ତ ଓଲଟା ପବନେ
କଥା ମୋ ଆସଇ ଫେରି
କିଛି ନକହିବା ତାହାଠାରୁ ଭଲ
ଚାହିଁ ରହେ ସେହିପରି।

ମୁଁ ଯାହା କହଂତି
ସେ’ତ ଜାଣିପାରେ
ସେ ଯାହା କହଂତା
ଅଜଣା ତ ମୋତେ ନାହିଁ।
—————————–
ଯଦି ଭଲ ପାଅ
କିଂପା ଦୂରେ ରହ
କହିବାକୁ ଲାଜ କର,
ମନର ବାରତା
ମନରେ ମିଳାଏ
ଦେହ ଯଦି ନିରୁତ୍ତର।

ପ୍ରେମ ନୁହେଁ ସେ ତ ଫୁଲବନ ଛାଇ,
ଦିଏ ସେ ଦହନ ଜ୍ୱାଳା,
ସେ ଚିର ଜ୍ୱଳନ, କଂଦାଇ ମାରେ
ଜୀବନ ଜନମ ସାରା।

ଏହି ଅଧ୍ୟାୟର ପ୍ରଥମରେ କବି ମୁଖବନ୍ଧ ପରି ଏକ ‘ସୂଚନା’ ମାଧ୍ୟମରେ ଏଗୁଡ଼ିକ କାହିଁକି ଓ କେମିତି ଲେକିଲେ ତାହା ଦର୍ଶାଇଛନ୍ତି। ଏକ ଅପରେସନ ପାଇଁ ମେଡିକାଲରେ ଥିଲାବେଳେ ସେ ଏ ସବୁ ରଚନା କରିଥିଲେ ୧୯୮୦ ମସିହା ଅକ୍ଟୋବର ଓ ନଭେମ୍ବର ମାସରେ। ଏହି ଗୀତିଗୁଚ୍ଛ ଗୁଡ଼ିକର ବିଷୟ କେବଳ ପ୍ରେମ ନୁହେଁ, ବିବିଧ। ଏଥିରୁ ଅନେକ ରେଡିଓରେ ବି ପରିବେଷିତ ହୋଇଛି।

ଏଥିରେ କିଛି ଜଗନ୍ନାଥ ଜଣାଣ ମଧ୍ୟ ରହିଛି। ଏସବୁ ସେ କାହିଁକି ଲେଖିଛନ୍ତି ତାହା ମଧ୍ୟ ସେ ଦର୍ଶାଇଛନ୍ତି। ଏହି ମୁଖବନ୍ଧ ଗୁଡ଼ିକରେ କବି ନିଜର ଅନେକ ଘଟଣାକ୍ରମ ଓ ଅନୁଭୂତି ବର୍ଣ୍ଣନା କରିଛନ୍ତି, ଯାହା ଖୁବ୍ ତଥ୍ୟପୂର୍ଣ୍ଣ।

(ସମୀକ୍ଷା ଓ ଲିଖନ: ଅମରେଶ ବିଶ୍ୱାଳ)



from Odisha Reporter https://ift.tt/2oT0aw2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages