ଏହି ସବୁ ସଙ୍କେତ କୁହେ, ଆପଣ ପ୍ରେମ ପାଇଁ ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଏହି ସବୁ ସଙ୍କେତ କୁହେ, ଆପଣ ପ୍ରେମ ପାଇଁ ପ୍ରସ୍ତୁତ

couple5

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଜୀବନରେ ବହୁତ ମୋଡ଼ ଆସିଥାଏ। ଏହି ମୋଡ଼ଗୁଡ଼ିକୁ ଅତିକ୍ରମ କରିବା ପରେ ହିଁ ଜଣେ ଅଧିକ ଦାୟିତ୍ୱବାନ୍‌ ହୋଇଥା’ନ୍ତି। କୁହାଯାଏ, ଜୀବନରେ ଏହିପରି ଏକ ବିଶେଷ ମୋଡ଼ ହେଉଛି ପ୍ରେମ। ତେବେ ଆପଣ ଏହି ପ୍ରେମ ସମ୍ପର୍କ ପାଇଁ ପ୍ରସ୍ତୁତ କି ନୁହନ୍ତି, ତାହା ନିର୍ଦ୍ଦିଷ୍ଟ କିଛି ସଙ୍କେତରୁ ଜଣାପଡ଼ିଥାଏ।

ଏବେ ଆସନ୍ତୁ ଜାଣିବା, କ’ଣ ଏହିସବୁ ସଙ୍କେତ, ଯାହା ଆପଣ ପ୍ରେମ କରିବାକୁ ପ୍ରସ୍ତୁତ ବୋଲି ସୂଚନା ଦେଇଥାଏ।

୧. ପ୍ରାପ୍ତବୟସ୍କ ହେବା:

couple-2ଜଣେ ପ୍ରାପ୍ତବୟସ୍କ ହୋଇଯିବା ପରେ ହିଁ ଜୀବନର ବାସ୍ତବତା ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ଅନୁଭବ ପାଇଥାଏ। ପ୍ରାପ୍ତବୟସ୍କ ହୋଇଯିବାର ଅର୍ଥ, ଏବେ ଆପଣ ଜୀବନର ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ମାନସିକସ୍ତରରେ ପ୍ରସ୍ତୁତ। ନିଜର ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟକୁ ମଧ୍ୟ ତୁଲାଇବା ପାଇଁ ଆପଣ ସମର୍ଥ। ଏଣୁ କୁହାଯାଏ, ପ୍ରାପ୍ତବୟସ୍କ ହୋଇଯିବା ପରେ ଯାଇ ଜଣେ ପ୍ରେମ କରିବା ପାଇଁ ପ୍ରସ୍ତୁତ।

୨.କିପରି ପାର୍ଟନର୍‌ ଚାହାନ୍ତି, ନିଜେ ନିଶ୍ଚିତ ହୁଅନ୍ତୁ:

love-କିଛି ଲୋକଙ୍କୁ କେବଳ ପାର୍ଟନର୍‌ର ଆବଶ୍ୟକତା ରହିଥାଏ। ସେମାନେ ଚାହାନ୍ତି ଯେ କୌଣସି ପ୍ରକାର ତାଙ୍କୁ ପାର୍ଟନର୍‌ଟିଏ ମିଳିଯାଉ। ତେବେ ଏହି ସମୟରେ ସେମାନେ ଗୋଟିଏ କଥା ଭୁଲି ଯାଇଥା’ନ୍ତି ଯେ ସେ ପ୍ରକୃତରେ କେଉଁ ପ୍ରକାରର ପାର୍ଟନର୍‌ ଖୋଜୁଛନ୍ତି ଏବଂ କେଉଁ ପ୍ରକାର ସାଥୀଙ୍କ ସହିତ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। ଯେବେ ଆପଣ ଏହି ବିଷୟରେ ନିଶ୍ଚିତ ହୋଇୟିବେ, ତେବେ ଜାଣିବେ ଯେ ଏବେ ଆପଣ ପ୍ରେମ ସମ୍ପର୍କ ପାଇଁ ପ୍ରସ୍ତୁତ।

୩. ନିଜକୁ ଚିହ୍ନିବା ଦରକାର:

couple-4କ’ଣ ଆପଣଙ୍କ ପ୍ରିୟ ଏବଂ କେଉଁଥିରୁ ଆପଣ ଦୁଃଖ ପା’ନ୍ତି। କେଉଁପରି ସ୍ଥାନ ଅପଣଙ୍କର ପସନ୍ଦ ଏବଂ ନିଜ ଦୁଃଖ ଓ କ୍ରୋଧକୁ କେମିତି ଏଡ଼ାଇ ପାରିବେ, ତାହା ଆପଣ ନିଜେ ପ୍ରଥମେ ଭଲଭାବେ ଜାଣିବା ଦରକାର। ଅର୍ଥାତ୍‌ ଆପଣ ପ୍ରଥମେ ନିଜକୁ ହିଁ ଭଲଭାବେ ବୁଝିବା ଦରକାର। ଆପଣ ନିଜକୁ ଚିହ୍ନିଲେ, ଅନ୍ୟମାନଙ୍କୁ ଚିହ୍ନିବା ସହଜ ହେବ। ଆଉ ନିଜକୁ ଭଲଭାବେ ଚିହ୍ନି ପାରିବା ଦ୍ୱାରା କିପରି ଜୀବନସାଥୀ ପାଇଲେ ଆପଣ ଖୁସିରେ ରହିବେ, ତାହା ମଧ୍ୟ ଜାଣିପାରିବେ। ନିଜକୁ ଚିହ୍ନି ସାରିବା ପରେ ଯାଇ ଆପଣ ପ୍ରେମ ସଂପର୍କ ପାଇଁ ପ୍ରସ୍ତୁତ ବୋଲି ବୁଝିବେ।

୪. ଜଣେ ଭଲ ଶ୍ରୋତା ହୁଅନ୍ତୁ:

rent-a-boyfriendଯଦି ପରିବାର ଲୋକ ଆପଣଙ୍କୁ କିଛି ବୁଝାଉଛନ୍ତି, କ’ଣ ଆପଣ ଧ୍ୟାନର ସହ ସେସବୁ ଶୁଣୁଛନ୍ତି କି? ସାଙ୍ଗମାନଙ୍କ ସହ କଥା ହେଉଥିବାବେଳେ ଆପଣ ତାଙ୍କ କଥାକୁ ଶୁଣୁଛନ୍ତି ତ ? ଯଦି ଏହି ଦୁଇଟି ପ୍ରଶ୍ନର ଉତ୍ତର ହଁ, ତେବେ ଆପଣ ଜଣେ ଭଲ ଶ୍ରୋତା। ଜଣେ ଭଲ ଶ୍ରୋତା ହିଁ ସମ୍ପର୍କକୁ ଭଲ ଭାବରେ ବୁଝିଥାଏ। ତେଣୁ ପ୍ରଥମେ ଜଣେ ଭଲ ଶ୍ରୋତା ହେବା ପରେ ଜାଣିବେ, ଆପଣ ପ୍ରେମ ସମ୍ପର୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
୫. ନିଜ ଭୁଲ୍ ସ୍ୱୀକାର କରନ୍ତୁ:

love 5ଅନ୍ୟର ଭୁଲ୍ ଧରିବା ପୂର୍ବରୁ ଆପଣ ପ୍ରଥମେ ନିଜ ଭୁଲ୍‌କୁ ଖୋଜନ୍ତୁ। ଆଉ ନିଜ ଭୁଲ୍‌ ସ୍ୱୀକାର କରିପାରିଲେ, ଆପଣ ବହୁ ସମସ୍ୟାର ସମାଧାନ ନିଜେ ହିଁ କରିପାରିବେ। ଏହାସହ ଯଦି କୌଣସି ସମସ୍ୟା ଆପଣଙ୍କ ପାଇଁ ଜଟିଳ ହେବାକୁ ବସିଛି, ତେବେ କ୍ଷମା ମାଗି ଏହାକୁ ସହଜ କରି ଦିଅନ୍ତୁ। ନିଜ ଭୁଲ୍ ସ୍ୱୀକାରର ଏହି ଗୁଣ ହାସଲ କରିବା ଅର୍ଥ ଆପଣ ଏବେ ପ୍ରେମ ସଂପର୍କ ପାଇଁ ପ୍ରସ୍ତୁତ।



from Odisha Reporter https://ift.tt/2LUKHop

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages