ଏବେ ଅଟୋ ଭଡ଼ା ଠାରୁ ବିମାନ ଯାତ୍ରା ଖର୍ଚ୍ଚ କମ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଏବେ ଅଟୋ ଭଡ଼ା ଠାରୁ ବିମାନ ଯାତ୍ରା ଖର୍ଚ୍ଚ କମ୍ !

ନୂଆଦିଲ୍ଲୀ: ଅଟୋ ବଦଳରେ ବିମାନରେ ଯାତ୍ରା କଲେ ଆପଣଙ୍କର ଖର୍ଚ୍ଚ କମ୍‌ ହେବ। ଏକଥା ଆମେ ନୁହେଁ, ଖୋଦ୍‌ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି।

ଶ୍ରୀ ସିହ୍ନା କହିଛନ୍ତି, ଦୂର ଜାଗାକୁ ଗଲାବେଳେ ଆପଣ କିଲୋମିଟର୍‌ ପିଛା ଯେତିକି ଅଟୋ ଭଡ଼ା ଦେଉଛନ୍ତି, ତା’ଠାରୁ ବେଶ୍‌ କମ୍‌ ଖର୍ଚ୍ଚରେ ଆପଣ ବିମାନ ଯୋଗେ ସେତିକି ବାଟ ଯାଇପାରିବେ। ତାଙ୍କର ଏପରି କହିବାର ତାତ୍ପର୍ଯ୍ୟ ହେଉଛି ଆଜିକାର ବଜାର ସ୍ଥିତିରେ ଅଟୋ ଭଡ଼ା ଅପେକ୍ଷା ବିମାନ ଭଡ଼ା (କିଲୋମିଟର) ପିଛା ଶସ୍ତା ହୋଇଛି।

ଗୋରଖପୁର ଏୟାରପୋର୍ଟର ଡୋମେଷ୍ଟିକ୍‌ ଟର୍ମିନାଲ୍‌ ବିଲଡିଂ ଉଦ୍‌ଘାଟନ୍‌ କରି ଶ୍ରୀ ସିହ୍ନା କହିଛନ୍ତି, “ଏବେ ବିମାନ ଭଡ଼ା ଅଟୋ ଭଡ଼ାଠାରୁ କମ୍‌। ଆପଣ ଭାବୁଥିବେ କେମିତି? ମନେ କରନ୍ତୁ ୨ ଜଣ ଲୋକ ଅଟୋ ଭଡ଼ା କରି ଗୋଟିଏ ସ୍ଥାନରୁ ଦୁଇ କିଲୋମିଟର ଦୂର ଅନ୍ୟ ଏକ ସ୍ଥାନକୁ ଗଲେ। ଏ ବାବଦରେ ସେମାନେ ୧୦ ଟଙ୍କା ଦେଲେ। ଅର୍ଥାତ କିମି ପିଛା ଦାମ୍‌ ୫ ଟଙ୍କା ପଡ଼ିଲା। ଯଦି ଆପଣ ସମାନ ଦୂରତାକୁ ବିମାନରେ ଅତିକ୍ରମ କରନ୍ତି, ତା’ହେଲେ କିମି ପିଛା ଭଡ଼ା ୪ ଟଙ୍କା ପଡ଼ିବ। ”

ନିଜ ମନ୍ତବ୍ୟକୁ ଯଥାର୍ଥ ଦର୍ଶାଇବାକୁ ଯାଇ ଶ୍ରୀ ସିହ୍ନା କହିଛନ୍ତି, ‍“ମୁଁ କହୁନି ଆପଣ ସ୍ୱଳ୍ପ ଦୂରତା ପାଇଁ ବିମାନରେ ଯାତ୍ରା କରନ୍ତୁ। କିନ୍ତୁ ଆପଣ ଯଦି ବିମାନ ଭଡ଼ା ସହ ଅନ୍ୟ କୌଣସି ଯାନବାହନର ଭଡ଼ାକୁ ତୁଳନା କରିବେ, ତା’ହେଲେ ବିମାନ ସେବା ଆପଣ ଅପେକ୍ଷାକୃତ କମ ଦାମରେ ପାଇପାରିବେ।”



from Odisha Reporter https://ift.tt/2MOGF6p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages