
କଲ୍ୟାଣସିଂପୁର (ମାଉଡି ବାରିକ): ଅର୍ବାନ୍ ମାଓବାଦ ନାଁରେ ବୁଦ୍ଧିଜୀବୀଙ୍କୁ କେନ୍ଦ୍ର ସରକାର ଗିରଫ କରୁଛି। ଏପରି ଅଭିଯୋଗ ଆଣିଛନ୍ତି ମାଓବାଦୀ ନେତା ଉମାକାନ୍ତ। ବାସଧାରା-ଘୁମୁସର-ନାଗାବଳି ଡିଭିଜନାଲ କମଟି ସମ୍ପାଦକ ଥିବା ଉମାକାନ୍ତ ଓଟିଭିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି।
ସେ କହିଛନ୍ତି, “ଦେଶରେ ଏବେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି।”
ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ୍ କରିଛନ୍ତି ଉମାକାନ୍ତ। ଏହାସହ ଯେ ପର୍ଯ୍ୟନ୍ତ ଗରିବୀ ହଟିନାହିଁ, ସେ ଯାଏ ଆନ୍ଦୋଳନ ଥମିବ ନାହିଁ ବୋଲି ସେ କହିଛନ୍ତି।
ଉମାକାନ୍ତଙ୍କ ମତରେ, ଦେଶରେ ଜନବାଦୀ ଆନ୍ଦୋଳନକୁ ଅର୍ବାନ ମାଓବାଦର ଆଖ୍ୟା ଦେଉଛି ମୋଦି ସରକାର। ଏଭଳି ଆନ୍ଦୋଳନକୁ ଚପାଇ ଦେବାକୁ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀଙ୍କୁ ଗିରଫ କରୁଛି ପୁଲିସ। ଏ ସ୍ଥିତି ଏବେ ଜରୁରୀକାଳୀନ ସ୍ଥିତିଠୁ ବି ଆହରୁ ସଙ୍ଗିନ ହୋଇଯାଇଛି।
ତେବେ ଉମାକାନ୍ତଙ୍କ ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ଏହା ଦେଶ ବିରୋଧୀ ଶକ୍ତିଙ୍କ ବିରୋଧରେ ଏହା ବଡ଼ କ୍ରାକ୍ଡାଇନ୍ ବୋଲି ବିଜେପି ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ସେହିପରି ଦୁର୍ନୀତି ଓ ଚାଷୀ ଆତ୍ମହତ୍ୟା କଥା ଉଠାଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ଉମାକାନ୍ତ। ତେବେ ନକ୍ସଲ ସଂଗଠନର ସ୍ଥିତି ଦୁର୍ବଳ ହୋଇଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “୨୦୧୨ରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ବହିଷ୍କାର ପରେ ସଂଗଠନ ସାମାନ୍ୟ ଦୁର୍ବଳ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପୁଣି ସ୍ଥିତି ଦୃଢ କରିଛି ନକ୍ସଲ ବାହିନୀ। ଏପରିକି ରାଜ୍ୟର ଆଉ କିଛି ଜିଲ୍ଲାକୁ ନେଟଓ୍ୱର୍କ ବ୍ୟାପିଛି।”
ଜିତୁ ଜାକାସିକାକୁ ଧମକ
ନିୟମଗିରି ସୁରକ୍ଷା ଆନ୍ଦୋଳନକୁ ଜିତୁ ଜାକାସିକା ବିଭାଜନ କରୁଥିବା ଅଭିଯୋଗ ଆଣିଛନ୍ତି ଉମାକାନ୍ତ। ତାଙ୍କୁ ଦଣ୍ଡ ମିଳିବ ବୋଲି ସେ ମଧ୍ୟ ଚେତାବନୀ ଦେଇଛନ୍ତି। ଏହାସହ ଗଣଦୁଷ୍କର୍ମ ପୀଡ଼ିତା କୁନ୍ଦୁଲି ନାବାଳିକା ଓ ମହିଳା ମାଓବାଦୀ ଇନ୍ଦୁ ଆତ୍ମହତ୍ୟା କରି ନାହାନ୍ତି, ବରଂ ସେମାନଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2NLKmt2
No comments:
Post a Comment