କେନ୍ଦ୍ର-ରାଜ୍ୟ ଟଣାଓଟରା, ଦୋଛକିରେ ଏନ୍‌ଟିପିସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

କେନ୍ଦ୍ର-ରାଜ୍ୟ ଟଣାଓଟରା, ଦୋଛକିରେ ଏନ୍‌ଟିପିସି

ntpc

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଳଚେରରେ ଏନଟିପିସିର ପ୍ରସ୍ତାବିତ ନୂଆ ବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇଲେଭଲ କମିଟି ବା HLC ଅନୁମତି ଦେବାରେ ବିଳମ୍ବକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ସେପ୍ଟେମ୍ବର ୨୨ ପୂର୍ବରୁ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ, ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିପାରିବେ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଅନୁରୋଧ କରିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି।

ପ୍ରସ୍ତାବିତ ପ୍ରକଳ୍ପରୁ କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ଦରରେ ରାଜ୍ୟ ବିଦ୍ୟୁତ୍‌ କିଣିବାକୁ ମନା କରିବା ପରେ ଏବେ ଉଭୟ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି।

ଏବେ ରାଜନୀତିକ ଦୋ ଛକିରେ ଛିଡ଼ା ହୋଇଛି ପ୍ରସ୍ତାବିତ ଏନଟିପିସର ତାଳଚେର ଥର୍ମାଲ ପାଓ୍ୱାର ଷ୍ଟେଜ-୩ ପ୍ରକଳ୍ପ। କେନ୍ଦ୍ର ସରକାର ଚାହୁଁଛନ୍ତି ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେଉ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ. ସିଂହ। ହେଲେ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ରହିଛି ଗୋଟିଏ କେଁ। କାରଣ ଏର୍ଯ୍ୟନ୍ତ ୯ ହଜାର ୭୮୫ କୋଟିର ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇଲେଭଲ କମିଟି ଅନୁମତି ଦେଇନି। ତେଣୁ କେନ୍ଦ୍ର ଶକ୍ତିମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରର ପରିବେଶ ମଞ୍ଜୁରୀ ମିଳିଥିବାରୁ ରାଜ୍ୟ ତୁରନ୍ତ ଏଚ୍‌ଏଲ୍‌ସି ଅନୁମୋଦନ ଦେଉ।

ସେପଟେ ଗତ ସପ୍ତାହରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଧର୍ମେନ୍ଦ୍ର ଆଜି କହିଛନ୍ତି, “ସରକାର ପ୍ରକଳ୍ପ ନେଇ ବାଧା ସୃଷ୍ଟି ନ କରନ୍ତୁ।”

ଅନ୍ୟପକ୍ଷରେ ଧର୍ମେନ୍ଦ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କହୁଛନ୍ତି ବୋଲି ବିଜେଡି ମୁଖପାତ୍ର ସମୀର ଦାଶ ଅଭିଯୋଗ କରିଛନ୍ତି।

ତାଳଚେର ଏନ୍‌ଟିପିସିର ପ୍ରସ୍ତାବିତ ପ୍ରକଳ୍ପରୁ ଉତ୍ପାଦନ ହେବାକୁ ଥିବା ବିଦ୍ୟୁତ୍‌ ୟୁନିଟ୍ ପିଛା ୩ ଟଙ୍କା ୪୦ ହେଲେ ଏହା ରାଜ୍ୟ ପାଇଁ ମହଙ୍ଗା ହେବ ବୋଲି ଦର୍ଶାଇ ଗତ ୧୨ ତାରିଖରେ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ  ଚିଠି ଲେଖିଥିଲେ ରାଜ୍ୟ ଶକ୍ତିମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଏହାର ଉତ୍ତରରେ ଲେଖିଥିଲେ, “୨୦୧୦ର  ରିପୋର୍ଟ ଅନୁସାରେ ଦର ୨ ଟଙ୍କା ୬୮ ଥିଲା। ଏବେ କୋଇଲାର ବର୍ଦ୍ଧିତ ଦର ସହ  ପ୍ରଦୂଷଣକୁ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ହେଉଥବାରୁ ୟୁନିଟ ପିଛା ଦର ୩ ଟଙ୍କା ୪୦ ପଡିବ।”

ଏନ୍‌ଟିପିସିର ବାରାରେ ଥିବା ପ୍ଲାଣ୍ଟରୁ ଓଡ଼ିଶାକୁ ମିଳୁଥିବା ବିଜୁଳି ୟୁନିଟ୍ ପିଛା ୫ ଟଙ୍କା ପଡୁଥିବାରୁ ତା ବଦଳରେ ତାଳଚେର ଓ କଣିହାରୁ ଓଡିଶାକୁ ବିଜୁଳି ଦେବାକୁ ରାଜ୍ୟ ଅନୁରୋଧ କରିଥିଲା। ଏନେଇ କେନ୍ଦ୍ର ଶକ୍ତିମନ୍ତ୍ରୀ ଚିଠିରେ ବର୍ତ୍ତମାନ ଏହା ସମ୍ଭବ ନୁହେଁ ବୋଲି ଉତ୍ତର ଦେଇଛନ୍ତି।

କେନ୍ଦ୍ର-ରାଜ୍ୟର ଏ ଟଣାଓଟରାକୁ ନେଇ କଂଗ୍ରେସ୍‌ ମଧ୍ୟ ପ୍ରତିକ୍ରିୟା ରଖିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଏନ୍‌ଟିପିସିର ଓଡିଶା ପ୍ରକଳ୍ପର ବିଜୁଳି ରାଜ୍ୟକୁ ଶସ୍ତାରେ ମିଳିବା ଉଚିତ।”

ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟର୍‌ ବର୍ତ୍ତମାନର କ୍ଷମତା ୪୬୦ ମେଗାୱାଟ ରହିଛି। ଏହି ପ୍ରକଳ୍ପର ଆୟୁଷ ୨୦୨୧ରେ ପୂରି ଯାଉଛି। ଅର୍ଥାତ ଏହା ପରେ ଏଥିରୁ ବିଜୁଳି ଉତ୍ପାଦନ ହୋଇପାରିବ ନାହିଁ। ତେଣୁ ଏହି ପ୍ରକଳ୍ପକୁ ୧୩ଶହ ୨୦ ମେଗାୱାଟ  କ୍ଷମତାର ନୂଆ ପ୍ରକଳ୍ପର ରୂପ ଦେଇ କାମ ଆରମ୍ଭ କରିବାକୁ ଚାହୁଁଛି ଏନ୍‌ଟିପିସି।



from Odisha Reporter https://ift.tt/2QATaAr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages