ବୈଜୟନ୍ତଙ୍କ ହେଲିକପ୍ଟର ଜବତ ମାମଲା: କିଏ କ’ଣ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ବୈଜୟନ୍ତଙ୍କ ହେଲିକପ୍ଟର ଜବତ ମାମଲା: କିଏ କ’ଣ କହିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଲିକା ଉପରେ ଉଡ଼ାଣ ମାମଲାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ଜବତ କରିଛି ପୁରୀ ପୁଲିସ୍‌। ଏହାକୁ ନେଇ ଟ୍ୱିଟ୍‌ କରି ବୈଜୟନ୍ତ ଗତକାଲି ପ୍ରତିକ୍ରିୟା ରଖିଥିଲେ। ଆଜି ବିଭିନ୍ନ ରାଜନୀତିକ ଦଳ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିବା ସହିତ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ନିନ୍ଦା କହିବା ସହିତ କହିଛନ୍ତି ଦୀପ ଲିଭିବା ପୂର୍ବରୁ ଜୋରରେ ଜଳୁଛି।

ଡାକ୍ତର ରାଉତ କହିଛନ୍ତି-“ତିନିରୁ ଚାରି ଦିନ ତଳେ ଏକ ସି-ପ୍ଲେନ୍‌ ଚିଲିକା ଉପର ଦେଇ ଯାଇଛି। ତାହା ଉପରେ କିଛି କରୁନାହାନ୍ତି। ମାତ୍ର ବୈଜୟନ୍ତ ପଣ୍ଡା କେବେ ଯାଇଥିଲେ, ସେ ଏବେ ବିରୋଧୀ ହେଲେ ବୋଲି ପୁରୁଣା କଥାରେ ତାଙ୍କ ନାଁ ମାମଲା ରୁଜୁ କରାଯାଉଛି ଓ ହେଲିକପ୍ଟର ଜବତ କରାଯାଉଛି। ଯାହା କଲେ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କର କ’ଣ କିଛି ହେବ? ବୈଜୟନ୍ତଙ୍କ ବାପା ବଂଶୀଧର ପଣ୍ଡା ଥେରୁବାଲିରେ ଏକ କାରଖାନା କରିଥିଲେ। ୫୦ ବର୍ଷ ଧରି ଏହି କାରଖାନା ଠିକ୍‌ ଭାବେ ଚାଲିଛି। ଶ୍ରମିକ ଓ ମାଲିକଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ। ଏମାନେ ବାହାରୁ ଆଦିବାସୀ ଆଣି ସେଠାରେ ଆନ୍ଦୋଳନ କରାଉଛନ୍ତି। ଏଥିରୁ କ’ଣ ସରକାରଙ୍କ ଚରିତ୍ର ଜଣାପଡ଼ୁନି? ଏମିତି ପ୍ରତିହିଂସା ପରାୟଣ ହେଲେ… ଦୀପ ଲିଭିବା ପୂର୍ବରୁ ଜୋରରେ ଜଳିବ। ଏବେ ସେମାନେ ଦୀପକୁ ଜୋରରେ ଜଳାଉଛନ୍ତି, ଲିଭାଇବା ପାଇଁ।”

ରାଜ୍ୟ ସରକାରଙ୍କ ସମାଲୋଚନା କରି ବିରୋଧୀଦଳ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି-“ଚିଲିକା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଉଡ଼ିଲେ, ସେତେବେଳେ “ଜୋନ୍‌ଫୋନ୍‌” କିଛି ନାହିଁ। ଆଉ କିଏ ଉଡ଼ିଗଲେ ଜୋନ୍‌ କଥା ଧରାଯାଉଛି। ରାଜନୈତିକ ଅଭିସନ୍ଧି ରଖି ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ କରାଯାଇଛି। କିନ୍ତୁ ତଦନ୍ତ କରି ଜବତ କରିଥିଲେ ଭଲ ହୋଇଥାଆନ୍ତା।”

ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ କହିଛନ୍ତି-“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଲିକା ଉପରେ ଅନେକ ଥର ହେଲିକପ୍ଟର ଉଡ଼ାଇଛନ୍ତି। ଯଦି ବିଜେଡିର ଚିଲିକାର ଜୈବ ବିବଧତା ଉପରେ ଏତେ ଚିନ୍ତା, ତାହାହେଲେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଗିରଫ ଦାବି କରନ୍ତୁ।”



from Odisha Reporter https://ift.tt/2xiRnIy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages