ଆରାଧନା ପକ୍ଷରୁ ଆୟୋଜିତ ହେବ ଗୁରୁ ଦ୍ରୋଣାଚାର୍ଯ୍ୟ ନୃତ୍ୟ ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଆରାଧନା ପକ୍ଷରୁ ଆୟୋଜିତ ହେବ ଗୁରୁ ଦ୍ରୋଣାଚାର୍ଯ୍ୟ ନୃତ୍ୟ ଉତ୍ସବ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):  ଆରଧନା ଡ୍ୟାନ୍ସ ଫାଉଣ୍ଡେସନ୍‌  ପକ୍ଷରୁ ଗୁରୁ ଦ୍ରୋଣାଚାର୍ଯ୍ୟ ନୃତ୍ୟ ଉତ୍ସବ ରାଜଧାନୀ ନୂଆଦିଲ୍ଲୀରେ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେଉଛି।  ଏହି ନୃତ୍ୟ ଉତ୍ସବ  ଗୁରୁ ପଞ୍ଚାନନ୍‌ ଭୂୟଁ ଓ ଗୁରୁ ପ୍ରିୟମ୍ବଦା  ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେଉଛି।

ରଙ୍ଗଭୂମୀ ମୁକ୍ତାକାଶ ରଙ୍ଗମଞ୍ଚରେ ସଂଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭବେ ଭୁବନେଶ୍ୱର ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଉଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଅତିଥି ଭାବେ ଲୋକସଭା ସଦସ୍ୟ ପଦ୍ମଭୂଷଣ  ଡ. ରାଜୀବ୍‌ ସେଠୀ, ପଦ୍ମଶ୍ରୀ ଗୁରୁ ରଞ୍ଜନା ଗୌହାର, କସ୍ତୁରୀ ପଟ୍ଟନାୟକ, ଲୀଲା ଭେଙ୍କଟରମଣ, ହରିୟାଣା କଳା ପରିଷଦ ନିର୍ଦ୍ଦେଶକ ଅଜୟ ସିଙ୍ଘଲ, ଯଶୱନ୍ତ ଶିଖାୱତ ଓ ସୁଧାଂଶୁ ସୁତାର ପ୍ରମୂଖ ଅତିଥିଭାବେ ଯୋଗ ଦେଉଛନ୍ତି।

ପ୍ରଥମ ଦିନ ଓଡ଼ିଶୀ ନୃତ୍ୟ ସହ ରବୀନ୍ଦ୍ର ସଙ୍ଗୀତ ଓ ସମ୍ବଲପୁରୀ ନୃତ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।



from Odisha Reporter https://ift.tt/2NT6yBv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages