
ଜୟପୁର (ଟି. ଗୌରୀଶଙ୍କର): ବୈପାରୀଗୁଡା ଥାନା ଅନ୍ତର୍ଗତ ରାମଗିରିରେ ପୋଖରୀରେ ବୁଡ଼ି ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଭାଇଭଉଣୀ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ବଙ୍ଗଳାସାହିର ବରୁଣ ଗୌଡ଼ ନାମକ ଜଣେ ବ୍ୟକ୍ତି ଗାଈ ଚରାଇବାକୁ ଯାଇଥିବା ବେଳେ ଶିଶୁ ଦୁଇଜଣ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter https://ift.tt/2Mgts0S
No comments:
Post a Comment