କଞ୍ଚା ଲଙ୍କା ଖାଆନ୍ତୁ, ଓଜନ କମାନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

କଞ୍ଚା ଲଙ୍କା ଖାଆନ୍ତୁ, ଓଜନ କମାନ୍ତୁ

ଖାଇବା ଟିକେ ଚଟ୍‌ପଟା ବା ରାଗ ହେଲେ ପାଟିକୁ ଭଲ ଲାଗେ କି?

ହୁଏତ ଆମର ଏ ପ୍ରଶ୍ନରେ ଆପଣ ହଁ ଭରିବେ।

କାରଣ ଏ ଅଭ୍ୟାସଟି ସାଧାରଣତଃ ଅଧିକାଂଶ ଲୋକଙ୍କର ଥାଏ। ତେବେ ଆପଣଙ୍କ ଯଦି ଏପରି ଅଭ୍ୟାସ୍‌ ଅଛି, ତା ହେଲେ ଆପଣଙ୍କୁ ସବୁବେଳେ ଫିଟ୍‌ ରଖିବାକୁ ଏହା ହିଁ ଆପଣଙ୍କୁ ସାହାଯ୍ୟ କରିବ।

କାରଣ ରାଗ ଖାଇବା, ବିଶେଷ କରି କଞ୍ଚାଲଙ୍କା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। ଏଥିରେ ଥିବା କିଛି ଔଷଧିୟ ଗୁଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଓଜନ ହ୍ରାସ କରାଇଥାଏ। ଅନେକ ବଡ଼ ବଡ଼ ରୋଗର ମୁକାବିଲା ପାଇଁ ଶକ୍ତି ମଧ୍ୟ ଯୋଗାଇ ଥାଏ। ଆସନ୍ତୁ ଜାଣିବା କଞ୍ଚାଲଙ୍କାର ଆମର କ’ଣ ଉପକାର କରିଥାଏ।

ଓଜନ କମାଏ- କଞ୍ଚାଲଙ୍କାରେ ଭରପୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ତେଣୁ ଏହା ଶରୀରର ମେଟାବୋଲିଜିମ୍‌କୁ ବଢ଼ାଇଥାଏ ଫଳରେ ଆମ ଶରୀରର ଓଜନ ହ୍ରାସ ହୋଇଥାଏ।

ମୁଡ୍‌ ପରିବର୍ତ୍ତନକୁ ନିୟନ୍ତ୍ରଣ କରେ- କଞ୍ଚା ଲଙ୍କା ଖାଇବା ଦ୍ୱାରା ଆମ ଶରୀରରେ ଏଣ୍ଡ୍ରୋଫିନ୍ସ ନାମକ ଏକ କେମିକାଲ ରିଲିଜ୍‌ ହୋଇଥାଏ। ଏହି କେମିକାଲ୍‌ ଆମ ମୁଡ୍‌ ପରିବର୍ତ୍ତନକୁ  ନିୟନ୍ତ୍ରଣ କରୁଥିବା ଏନଯାଇମ୍‌କୁ ସକ୍ରିୟ ବା ଅଧିକ ଶକ୍ତିଶାଳୀ କରିଦିଏ। ଯାହାଦ୍ୱାରା ଆମର ମୁଡ୍‌ ବାରମ୍ବାର ପରିବର୍ତ୍ତନ ହୁଏ ନାହିଁ।

ଡାଏବେଟିସ୍‌- ମଧୂମେହ ରୋଗରେ ପୀଡ଼ିତମାନଙ୍କ ପାଇଁ କଞ୍ଚା ଲଙ୍କା ଅନେକ ଲାଭଦାୟୀ। କାରଣ ଏଥିରେ ଥିବା ଔଷଧୀୟ ତତ୍ୱ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିଥାଏ।

ରକ୍ତ ଶ୍ରାବ ବନ୍ଦ କରେ- ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଛି ତେବେ କଞ୍ଚାଲଙ୍କା ପଡ଼ିଥିବା କିଛି ଖାଦ୍ୟ ଖାଇଦିଅନ୍ତୁ। ଏଥିରେ ଥିବା ଭିଟାମିନ୍‌ ‘k’ ରକ୍ତକୁ ଜମାଟ ବାନ୍ଧି ଦେଇଥାଏ। ଫଳରେ ଆଉ ରକ୍ତଶ୍ରାବ ହୁଏନାହିଁ।

ହୃତ୍‌ସ୍ପନ୍ଦନ ଶୃଙ୍ଖଳିତ କରିଥାଏ କଞ୍ଚାଲଙ୍କାରେ ଭରପୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହାକୁ beta-carotene କୁହାଯାଏ। ଏହା ହୃତ୍‌ସ୍ପନ୍ଦନକୁ ଶୃଙ୍ଖଳିତ କରିଥାଏ ।

ଦୃଢ ହୁଏ ହାଡ- କଞ୍ଚାଲଙ୍କାରେ ଭିଟାମିନ୍ ‘A’ ପ୍ରଚୁର ଥାଏ। ଏଗୁଡ଼ିକ ଆମ ଶରୀରର ହାଡ଼ଗୁଡ଼କୁ ମଜଭୁତ କରିଥାଏ। କେବଳ ହାଡ଼ ନୁହେଁ ଏହା ଆମ ଦାନ୍ତକୁ ମଧ୍ୟ ସୁସ୍ଥ ଓ ମଜଭୁତ ରଖିଥାଏ।

ସାଇନସ୍‌କୁ ସୁସ୍ଥ କରେ-  କଞ୍ଚାଲଙ୍କାରେ ଥିବା Capsaicin ନାକ ଓ ସାଇନସ୍‌ର ଉପରେ ଅନୁକୂଳ ପ୍ରଭାବ ପକାଇଥାଏ। ଯାହା ସାମାନ୍ୟ ଥଣ୍ଡା ଓ ସାଇନସ୍‌ ସଙ୍କ୍ରମଣ ସହ କଡ଼ା ମୁକାବିଲା କରିଥାଏ।

 



from Odisha Reporter https://ift.tt/2PWi3W6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages