
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୌନ ବ୍ୟଭିଚାର ଭିଡିଓ ଭାଇରାଲ୍ ଘଟଣାରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବେନ୍ଦ୍ର କହଁରଙ୍କୁ ଖୋଜିବ କନ୍ଧମାଳ ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍। ଆଜି ଏ ନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି ପ୍ରତୀକ ସିଂହ।
ସେ କହିଛନ୍ତି,“ଘଟଣାକୁ ପୁଲିସ୍ ଗୁରୁତ୍ୱର ସହ ନେଇଛି। ଭାଇରାଲ ଭିଡିଓ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଭିଡିଓ ଭାଇରାଲ୍ କରିଥିବା ମହିଳାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଭାଇରାଲ୍ ଭିଡିଓ ଘଟଣାର ତଦନ୍ତ ପାଇଁ ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। ଅଭିଯୁକ୍ତ ଦେବେନ୍ଦ୍ରଙ୍କୁ ଖୋଜିବାକୁ ୨ଟି ସ୍ପେଶାଲ୍ ଟିମ୍ ଗଠନ କରାଯାଇଛି।”
ସୂଚନାରୁ ପ୍ରକାଶ, ଗତକାଲି ଓଡ଼ିଶା ରିପୋର୍ଟରରେ ଦେବେନ୍ଦ୍ରଙ୍କ ଯୌନ ବ୍ୟଭିଚାର ଭିଡିଓ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। କିଛି ଦିନ ତଳେ ଫୁଲବାଣୀର ଜଣେ ଯୁବତୀ ମଧ୍ୟ କହଁରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ।
କହଁର ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କ ସହ ସଂପର୍କ ରଖି ବ୍ଲାକ୍ମେଲ୍ କରୁଥିବା ଏଫଆଇଆର୍ରେ ଦର୍ଶାଯାଇଥିଲା।
ତେବେ ଥାନାରେ ମାମଲା ପରେ ପୂର୍ବତନ ବିଧାୟକ କହଁର ଫେରାର ଥିବାରୁ ତାଙ୍କର ପ୍ରତିକ୍ରିୟା ନେବା ସମ୍ଭବ ହୋଇପାରିନାହିଁ।
ଅଭିଯୁକ୍ତ ରାଜନେତା ଜଣକ ଶାସକ ଦଳର ହୋଇଥିବାରୁ ବିଜେଡି ପାଇଁ ନୂଆ ଅଡ଼ୁଆ ସୃଷ୍ଟି ହେଲା ବୋଲି କୁହାଯାଉଛି। ଅନ୍ୟପକ୍ଷରେ କୌଣସି ଦଳୀୟ ପଦପଦବୀରେ ନ ଥିଲେ ମଧ୍ୟ ପଲିଟିକାଲ ସର୍କଲରେ ତାଙ୍କର ବେଶ କାଟ୍ତି ଥିବା କୁହାଯାଉଛି।
from Odisha Reporter https://ift.tt/2NWsJ6F
No comments:
Post a Comment