
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଉଚିତ୍ ମୂଲ୍ୟରେ କେମିତି ଅବଢ଼ା ମିଳିବ, ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ଭକ୍ତଙ୍କୁ ଥାଳି ଦରରେ ଅବଢା ଦେବା ଲାଗି ପ୍ରସ୍ତାବ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ତିନି ପ୍ରକାର ଦରରେ ଏସବୁ ଥାଳି ଉପଲବ୍ଧ ହେବ। ଥାଳି ଦର ୭୦ ଟଙ୍କାରୁ ଆରମ୍ଭ ହେବ। ସେହିପରି ୮୦ ଟଙ୍କା ଓ ୧୨୦ ଟଙ୍କିଆ ଥାଳି ବି ରହିବ। ୭୦ ଟଙ୍କିଆ ଥାଳିରେ ସାଧା ଅନ୍ନ, ଡାଲି, ତରକାରୀ ଆଦି ବ୍ୟଞ୍ଜନ ରହିବ।
ସେହିପରି ୧୨୦ ଟଙ୍କିଆ ଥାଳିରେ ଖେଚୁଡ଼ି, କାନିକା, ମିଷ୍ଟାନ୍ନ ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ରଖିବାକୁ ଯୋଜନା ହେଉଛି। ତେବେ କେବେଠାରୁ ଏହି ନିଷ୍ପତ୍ତି ଲାଗୁ ହେବ ତାହା ସ୍ଥିର ହୋଇନାହିଁ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଏହା ଲାଗୁ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି ସୂଚନା ଦେଇଛନ୍ତି।
from Odisha Reporter https://ift.tt/2MooWxh
No comments:
Post a Comment