ଯୁବପିଢ଼ିଙ୍କ ନୂଆ ଫ୍ୟାଶନ୍‌ ‘ଫେକ୍‌ ସ୍କିନ୍‌ ଇମ୍ପ୍ଲାଣ୍ଟସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଯୁବପିଢ଼ିଙ୍କ ନୂଆ ଫ୍ୟାଶନ୍‌ ‘ଫେକ୍‌ ସ୍କିନ୍‌ ଇମ୍ପ୍ଲାଣ୍ଟସ’

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର):ଆଜିକାଲି ଫ୍ୟାଶନ୍‌ର ଯୁଗ। ଅନ୍ୟର ଦୃଷ୍ଟି ଆକର୍ଷଣ କରିବାକୁ କିଏ କେତେ ପ୍ରକାର ଫ୍ୟାଶନ୍‌ ଆପଣାଉଛନ୍ତି। କିଏ ଚୁଟିକୁ ଷ୍ଟାଇଲ କରୁଛି ତ ଆଉ କିଏ ଶରୀରରେ ଟାଟୁ ବନାଉଛି। କିଏ ରଙ୍ଗ ବେରଙ୍ଗ ନାନା ଡିଜାଇନର ଡ୍ରେସ୍‌ ପିନ୍ଧି ଅନ୍ୟକୁ ଆକର୍ଷିତ କରୁଛି। ଏବେ ଆଉ ଏକ ନୂଆ ଫ୍ୟାଶନ୍‌ ଚହଳ ପକାଇଛି। ଏହି ଫ୍ୟାଶନ୍‌ଟି ହେଲା ‘ଫେକ୍‌ ସ୍କିନ୍‌ ଇମ୍ପ୍ଲାଣ୍ଟସ’।

fashionଏହି ଟ୍ରେଣ୍ଡରେ ଆପଣଙ୍କ ସ୍କିନ୍‌କୁ କ୍ରପ୍‌ କରାଯାଇ ଶରୀରରେ ନୂଆ ନୂଆ ଡିଜାଇନ୍‌ କରାଯାଇଥାଏ। କିନ୍ତୁ ଦେଖିବା ଲୋକକୁ ଲାଗେ, ଏହି ଡିଜାଇନ୍‌ଟି କୃତ୍ରିମ ନୁହେଁ, ବରଂ ଆପଣଙ୍କ ଶରୀରର ଏକ ଅଂଶ।

fashionସେଲିବ୍ରିଟି କିମ୍‌ କାରଡାସିଆନ ଏବଂ କ୍ରିସ୍‌ ଟେଗନ୍‌ ପ୍ରଥମେ ବଡିରେ ମଡିଫିକେସନ୍‌ ଏକ୍ସେସରିଜ ପ୍ଲାଣ୍ଟ କରିଥିବା ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଥିଲା।

fashionଏବେ ଯୁବପିଢ଼ିଙ୍କୁ ଏହି ଫ୍ୟାଶନ୍‌ କିମିଆ କରିବାରେ ଲାଗିଛି।

fashionକିଏ କାନ୍ଧରେ ଶିଙ୍ଘ ବନାଉଛି ତ ଆଉ କିଏ ସୁନାର ଡେଣା। କିଏ ଫେକ୍‌ ସ୍କିନ୍‌ ଇମ୍ପ୍ଲାଣ୍ଟସ ଜରିଆରେ ବେକରେ ହାର କରୁଛି ତ ଆଉ କିଏ ହାତରେ ମଣିଷ ମୁଣ୍ଡ ଓ ବଳା ବନାଉଛି। ମଜାଦାର କଥା ହେଲା, ଏହା ଶରୀରରେ ପିନ୍ଧିବା ପରି ଦିଶୁନାହିଁ। ବରଂ ଲାଗୁଛି ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରର ଏହା ଏକ ଅଂଶ।

fashionଫ୍ରାନ୍ସରେ ଖୁବଶୀଘ୍ର ‘ଏ ହ୍ୟୁମ୍ୟାନ୍‌’ ନାମକ ଏକ ବଡ଼ି ମଡିଫିକେଶନ ବ୍ରାଣ୍ଡ ଡେବ୍ୟୁ କରିବାକୁ ଯାଉଛି। ଏଥିରେ ବାୟୋଲଜିକାଲ ହିଲ୍ସ ଦେଖିବାକୁ ମିଳିବ। ଯାହା ପାଦ ସହ ଯୋଡି ହୋଇ ରହିଥିବ। ଏହି ବ୍ରାଣ୍ଡ ‘ନ୍ୟୁୟର୍କ ଫ୍ୟାଶନ ୱିକ୍‌’ ସମୟରେ ନିଜର ଏକ ଷ୍ଟୋର ମଧ୍ୟ ଖୋଲିବ।

କମ୍ପାନୀ ପକ୍ଷରୁ କୁହାଯାଉଛି, ଆମେ ଭବିଷ୍ୟତର ଏମିତି ଏକ ଫ୍ୟାଶନ୍‌ ବ୍ରାଣ୍ଡ, ଯେଉଁଠି ଆପଣ କ’ଣ ପିନ୍ଧିଛନ୍ତି, ତାକୁ ନେଇ ଆପଣଙ୍କୁ ଲୋକେ ଦେଖିବେ ନାହିଁ। ବରଂ ଲୋକେ ଏହା ଦେଖିବେ, ଆପଣ ନିଜ ଶରୀରକୁ କେମିତି ବଦଳାଇଛନ୍ତି।

fashionନିଜ ଶରୀରରେ କୌଣସି ଡିଭାଇସ୍‌ ଲଗାଇ ବିଭିନ୍ନ ପ୍ରକାର ଏକ୍ସେସରିଜ ବ୍ୟବହାର କରିବା ସହଜ ନୁହେଁ। କିଛି ସେଲିବ୍ରିଟି ଏହାକୁ କିଛିଦିନ ପାଇଁ ଆପଣାଉଛନ୍ତି। ହେଲେ ସମୟ ଆସିବ, ଲୋକେ ଏହାକୁ ସବୁଦିନିଆ (ସ୍ଥାୟୀ) କରିବାକୁ ବି ଆଗ୍ରହ ଦେଖାଇବେ। କାରଣ ଦୁନିଆରେ ଏପରି ଚିନ୍ତାଧାରର ଲୋକଙ୍କ ଅଭାବ ନାହିଁ।

fashionତେବେ ନିଜ ସ୍କିନ୍‌କୁ ନେଇ ଏପରି କରିବା ଠିକ୍‌ ନୁହେଁ ବୋଲି କିଛି ବିଶେଷଜ୍ଞ ମତ ଦେଉଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ସ୍କିନ୍‌ ସହ ଏପରି କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରେ ପଡ଼ିବାର ଆଶଙ୍କା ରହିଛି। ସେଲିବ୍ରିଟିଙ୍କ ପାଖରେ ଅଜସ୍ର ଟଙ୍କା ଥିବାରୁ ସେମାନେ ଏହି ବେମାରୀରୁ ଭଲ ହୋଇ ପାରିବେ, କିନ୍ତୁ ଫ୍ୟାଶନ୍‌ ମାୟାରେ ପଡି ଯଦି ଜଣେ ଗରିବ କି ମଧ୍ୟବିତ୍ତ ପରିବାରର କେହି ଏହାକୁ ଆପଣାଇ ରୋଗରେ ପଡ଼ିବେ, ତେବେ ତାଙ୍କୁ ବଞ୍ଚାଇବା କଷ୍ଟକର ହୋଇଯିବ।



from Odisha Reporter https://ift.tt/2PIasdB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages