ଜୋତା ପଲିସ୍‌ କରି ମାସକୁ ରୋଜଗାର କରୁଛନ୍ତି ଏତେ ଟଙ୍କା, ଶୁଣିଲେ ହୋସ୍‌ ଉଡ଼ିଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଜୋତା ପଲିସ୍‌ କରି ମାସକୁ ରୋଜଗାର କରୁଛନ୍ତି ଏତେ ଟଙ୍କା, ଶୁଣିଲେ ହୋସ୍‌ ଉଡ଼ିଯିବ

m2

ନ୍ୟୁୟର୍କ: କୌଣସି କାମ ଛୋଟ ନୁହେଁ। କାମ କରି ପେଟ ପୋଷିବା ପାଇଁ ସବୁ କାମ କରାଯାଇପାରେ। ଜୋତା ପଲିସ୍‌କୁ ଛୋଟ କାମ କହି ବହୁ ଲୋକ ଘୃଣା କରିଥାନ୍ତି। ଜୋତା ପଲିସ୍‌ କରୁଥିବା ଲୋକଙ୍କ ପ୍ରତି ମଧ୍ୟ ଏମାନଙ୍କ ଭାବନା ଠିକ୍‌ ନଥାଏ। ହେଲେ ଜଣେ ବ୍ୟକ୍ତି ଏହି ପେସାରେ ଲକ୍ଷାଧିକ ଟଙ୍କା ମାସିକ ରୋଜଗାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ବ୍ୟକ୍ତି ଜଣଙ୍କ ହେଲେ ନ୍ୟୁୟର୍କର ଡନ୍‌ ୱାର୍ଡ। ଜଥ୍‌ ପଲିସ୍‌ରୁ ଡନ୍‌ ମାସକୁ ଯେତେ ଟଙ୍କା ରୋଜଗାର କରୁଛନ୍ତି ଶୁଣିଲେ ଆମ ଦେଶର ଉଚ୍ଚ ପଦସ୍ତ ଅଧିକାରୀଙ୍କ ମଧ୍ୟ ମୁଣ୍ଡ ବୁଲାଇ ପକାଇବ। କାରଣ ହଜାରେ ନୁହେଁ କି ଦୁଇ ହଜାର ନୁହେଁ ଡନ୍‌ଙ୍କ ମାସିକ ରୋଜଗାର ୨୦ ଲକ୍ଷ ଟଙ୍କା।

mଏମିତି କରିଥାନ୍ତି ଗ୍ରାହକଙ୍କୁ ଆକୃଷ୍ଟ

ଡନ୍‌ ଆମେରିକାର ମେନ୍‌ଡଟନ୍‌ରେ ରୁହନ୍ତି। ଡନ୍‌ଙ୍କ ଜୋତା ପଲିସ୍‌ କରିବା ଷ୍ଟାଇଲ୍‌ ଅଲଗା। ଗ୍ରାହକଙ୍କୁ ନିଜ ପାଖକୁ ଆକୃଷ୍ଟ କରିବାକୁ ସେ ଏକ ଉପାୟ ଅବଲମ୍ବନ କରିଥାନ୍ତି। ତାଙ୍କ ଦୋକାନ ଦେଇ ଯାଉଥିବା ଲୋକଙ୍କୁ ତାଙ୍କ ଖରାପ ଜୋତାକୁ ନେଇ କହିଥାନ୍ତି। ଏହାପରେ ଲୋକେ ତାଙ୍କ ପାଖରେ ଜୋତା ପଲିସ୍‌ କରି ଯାଇଥାନ୍ତି। ଏଥିରୁ ଡନ୍‌ ବେଶ ଭଲ ପଇସା ରୋଜଗାର କରିଥାନ୍ତି।

ଦିନେ ଜଣେ ତାଙ୍କୁ ପଚାରି ଥିଲେ, ତୁମେ ଲୋକଙ୍କୁ ତାଙ୍କ ଜୋତାକୁ ନେଇ ଖରାପ କଥା କହି ଟଙ୍କା ରୋଜଗାର କରି ଖୁସିରେ କେମିତି ରହୁଛ ? ଏହାର ଉତ୍ତରରେ ଡନ୍‌ କହିଥିଲେ, “ମାଛ ଧରିବାକୁ ଆପଣ କ’ଣ କରନ୍ତି ? ଦାନା ହିଁ ଦିଅ ତ ? ମୁଁ ବି ସେମିତି କରୁଛି। ମୋ ଦୋକାନ ଦେଇ ଯାଉଥିବା ଲୋକଙ୍କୁ ଏମିତି କଥା କହି ତାଙ୍କ ସହ ହସିଥାଏ। ତାଙ୍କୁ ସଫା ଜୋତ ପିନ୍ଧିବାକୁ କହିଥାଏ। ଏହାପରେ ସେମାନେ ମୋ ପାଖରୁ ଜୋତା ସଫା କରିଥାନ୍ତି।

m1କମ ଦରମା ପାଇଁ ଛାଡିଥିଲେ ଚାକିରି

ଡନ୍‌ ପ୍ରଥମେ ଏକ ଫଟୋ ଲାବ୍‌ରେ କାମ କରୁଥିଲେ। ସେଠାରେ ସେ ବହୁତ କମ ଦରମା ପାଉଥିଲେ। ଏଥିରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହେଉଥିଲା। ଏହି କାରଣରୁ ସେ କିଛି ଅଲଗା କରିବାକୁ ମନେ ମନେ ସ୍ଥିର କରିଥିଲେ। ଏହାପରେ ସେ ଜୋତା ପଲିସ୍‌ କରିବା କାମ ଆରମ୍ଭ କରିଥିଲେ। ନିଜ କାମକୁ ନେଇ ସେ ବହୁତ ଖୁସି ଅଛନ୍ତି ବୋଲି କୁହନ୍ତି।

ନ୍ୟୁୟର୍କ ପୋଷ୍ଟ ଅନୁସାରେ ଡନ୍‌ ଦିନକୁ ଭାରତୀୟ ମୁଦ୍ରାରେ ୬୦,୦୦୦ ଟଙ୍କା ରୋଜଗାର କରିଥାନ୍ତି।



from Odisha Reporter https://ift.tt/2wQEBR7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages