‘ମୋ ପାଇଁ ଆରମ୍ଭ ହୋଇଛି ଆଇପିଏଲ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

‘ମୋ ପାଇଁ ଆରମ୍ଭ ହୋଇଛି ଆଇପିଏଲ୍’

ନୂଆଦିଲ୍ଲୀ: “ଭାରତରେ ମୋ ପାଇଁ ଆଇପିଏଲ୍ ଆରମ୍ଭ ହୋଇଛି। ଏଥିପାଇଁ ମୋତେ ଧନ୍ୟବାଦ ଦେବା ଦରକାର।”  ଦୁବାଇରେ ନ୍ୟୁଜ୍‌ ଚ୍ୟାନେଲ୍‌ ଆଜ୍‌ତକ୍‌ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଶୋ’, ‘ସଲାମ୍ କ୍ରିକେଟ୍‌’ରେ ଭାଗ ନେଇ ଏହା କହିଛନ୍ତି ପାକିସ୍ତାନ୍‌ର ପୂର୍ବତନ ଅଧିନାୟକ ମିସ୍‌ବା-ଉଲ୍‌-ହକ୍‌।

୨୦୦୭ ଟି-ଟ୍ୱେଣ୍ଟି ୱାର୍ଲ୍‌ଡ କପ୍‌ ଫାଇନାଲ୍‌ ମ୍ୟାଚ୍‌ର ଶେଷ ଓଭରରେ ଯୋଗୀନ୍ଦର ଶର୍ମାଙ୍କ ବଲ୍‌କୁ କାହିଁକି ସ୍କୁପ୍‌ ସଟ୍‌ ଖେଳିଲେ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମିସ୍‌ବା ଏକ ଲଘୁ ମନ୍ତବ୍ୟ ଦେଇ କହିଥିଲେ ଯେ ଫାଇନାଲ୍‌ର ଶେଷ ଓଭରରେ ସେ ସେହି ସ୍କୁପ୍‌ ସଟ୍‌ ଖେଳିବା ପରେ ହିଁ ଟି-ଟ୍ୱେଣ୍ଟି କ୍ରିକେଟ୍‌ର ରୋମାଞ୍ଚରୁ ମଜା ନେବା ପାଇଁ ଭାରତରେ ଆଇପିଏଲ୍‌ ଆରମ୍ଭ ହୋଇଛି। ତେବେ ଏହା ପରେ ମିସ୍‌ବା କହିଥିଲେ, “Scoop ସଟ୍‌ ମୋର ପ୍ରିୟ ଏବଂ ସେହି ସଟ୍‌ ଉପରେ ମୋ’ର ନିୟନ୍ତ୍ରଣ ଥିଲା। ଆଉ ଟିମ୍‌ ଜିତିବା ପାଇଁ ମାତ୍ର ୫ ରନ୍‌ ଥିବାରୁ ମୁଁ ମୋ’ ପ୍ରିୟ ସ୍କୁପ୍‌ ସଟ୍‌ ଜରିଆରେ ଫାଇନ୍ ଲେଗ୍‌ ଦେଇ ଚୌକା ମାରିବାରୁ ଚାହିଁଥିଲି। ତେବେ ଯୋଗୀନ୍ଦରଙ୍କ ସେହି ବଲ୍‌ରେ ମୁଁ ସ୍କୁପ୍‌ ସଟ୍‌ର ଫଳପ୍ରଦ ପ୍ରୟୋଗ କରିବାରେ ବିଫଳ ହୋଇଥିଲି ଏବଂ ଏହା ହିଁ କ୍ରିକେଟ୍‌ରେ ଘଟିଥାଏ। ତେବେ ଏହି  ଟୁର୍ଣ୍ଣାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରିଥିଲା ଓ ଫାଇନାଲ୍‌ ଜିତିବା ପାଇଁ ହକ୍‌ଦାର୍‌ ଥିଲା।”

ଏହି ‘ସଲାମ୍ କ୍ରିକେଟ୍’ କାର୍ଯ୍ୟକ୍ରମରେ ମିସ୍‌ବାଙ୍କ ସହ ମଞ୍ଚରେ ସୁନୀଲ ଗାଭାସ୍କର, ୱାସିମ ଆକ୍ରାମ୍‌, ଅବଦୁଲ କାଦିର, ମହମ୍ମଦ ଆଝାରୁଦ୍ଦିନ, ହରଭଜନ ସିଂହ. ମୁଥୈୟା ମୁରଲିଧରନ, ୟୁନୁସ ଖାନ୍, ହବିବୁଲ୍‌ ବସାର୍, ରବି ଚନ୍ଦ୍ରନ୍‌  ଅଶ୍ୱିନ୍‌ ଓ ମଦନ ଲାଲ ପ୍ରମୁଖ ବିଶ୍ୱ କ୍ରିକେଟ୍‌ର ୧୧ ଜଣ ତୁଙ୍ଗ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଯୋଗୀନ୍ଦର ଶର୍ମାଙ୍କ ବଲ୍‌ରେ ଫାଇନ୍ ଲେଗ୍‌ ଉପରେ Scoop shot ଖେଳିବାକୁ ଯାଇ ମିସ୍‌ବା ଶ୍ରୀସନ୍ଥଙ୍କ ଦ୍ୱାରା ଆଉଟ୍‌ ହୋଇଯିବାରୁ ଫାଇନାଲ୍ ମ୍ୟାଚ୍‌ରେ ପାକିସ୍ତାନ୍‌କୁ ପରାସ୍ତ କରି ଭାରତ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିଥିଲା।



from Odisha Reporter https://ift.tt/2pj68Gw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages