
ନାଇରୋବୀ: କେନିଆର ଏକ ହସ୍ପିଟାଲ୍ରେ ବ୍ୟାଗ୍ ଓ ବକ୍ସ ମଧ୍ୟରୁ ୧୨ ଜଣ ନବଜାତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତ ନବଜାତ ଶିଶୁଙ୍କ ଉପରେ ଯେମିତି କାହାର ନଜର ନ ପଡ଼ିବ, ସେଥିପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏହାକୁ ଯଥାସମ୍ଭବ ଲୁଚାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ନାଇରୋବି ଗଭର୍ଣ୍ଣର ମାଇକ୍ ସ୍ନୋ ଏହି ଲୋମହର୍ଷଣକାରୀ ଘଟଣା ଉପରୁ ପରଦା ଉଠାଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଗଭର୍ଣ୍ଣର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ସ୍ନୋଙ୍କ ପୁମୱାନି ପ୍ରସୂତି ହସ୍ପିଟାଲ୍ରେ ରୋଗୀଙ୍କୁ ଅଣଦେଖା କରାଯାଉଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ।
ଏହି ଅଚାନକ ପରିଦର୍ଶନ ବେଳେ ତାଙ୍କ ନଜର ଏକ ବନ୍ଦ ଘର ଉପରେ ପଡ଼ିଥିଲା। ସେ ତୁରନ୍ତ ଏହାକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ …ସେଠାରେ କିଛି କାଗଜର ବ୍ୟାଗ୍ ଓ ବକ୍ସ ରଖାଯାଇ ଥିଲା। ସେଗୁଡ଼ିକୁ ଖୋଲିବା କ୍ଷଣି ସେ ଏହା ମଧ୍ୟରେ ୧୨ ଜଣ ନବଜାତକଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲେ। ଏହି ନବଜାତକଙ୍କ ମୃତ୍ୟୁ ରହସ୍ୟଜନକ ଭାବେ ହୋଇଥିବା ସେ ଜାଣିବାକୁ ପାଇଥିଲେ।
ଏହି ନବଜାତକମାନେ କେମିତି ପ୍ରାଣ ହରାଇଲେ ଏବଂ ଏମାନଙ୍କ ମା’ମାନେ କୁଆଡ଼େ ଗଲେ ସେକଥା ଜଣାପଡ଼ିନାହିଁ।
from Odisha Reporter https://ift.tt/2pgYUD3
No comments:
Post a Comment