
ବାରିପଦା (ଓଡ଼ିଶା ରିପୋର୍ଟର): ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ସହ ବନ୍ଦ ହୋଇଯାଇଥିବା ବାରିପଦା ଅର୍ବାନ ବ୍ୟାଙ୍କକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ ଲୋକଙ୍କ ଜମାଟଙ୍କା ଫେରସ୍ତ ଦାବି ସହ ଜିଲ୍ଲାକୁ ରେଳ ବିଭାଗର ଅବହେଳା ପ୍ରତିବାଦରେ ଆଜି୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଦୋକାନବଜାର ସହ ସ୍କୁଲ ଓ କଲେଜ ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବନ୍ଦ ରହିଛି।
ଏହି ବନ୍ଦରେ ଓକିଲ ସଂଘ ସାମିଲ ହୋଇଛନ୍ତି।
ଜାତୀୟ ରାଜପଥ ୧୮ ଓ ୪୯ ସହ ବିଭିନ୍ନ ସ୍ଥାନରେ ଜେଏମ୍ଏମ୍ କର୍ମୀମାନେ ପିକେଟିଂ କରିଛନ୍ତି। ଫଳରେ ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
from Odisha Reporter https://ift.tt/2MxsSMv
No comments:
Post a Comment