ଠାକୁର ଘରକୁ ନେଇ କରନ୍ତୁ ନାହିଁ ଏହି ସବୁ ଭୁଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଠାକୁର ଘରକୁ ନେଇ କରନ୍ତୁ ନାହିଁ ଏହି ସବୁ ଭୁଲ୍‌

ଭୁବନେଶ୍ୱର: ପ୍ରତ୍ୟେକ ହିନ୍ଦୁଙ୍କ ଘରେ ଠାକୁର ଘର ବା ପୂଜା ଘର ନିଶ୍ଚିତ ଥାଏ। ତେବେ ଏହି ଠାକୁର ଘରର ଅବସ୍ଥିତି ବାସ୍ତୁଶାସ୍ତ୍ର ଅନୁସାରେ ନ ହେଲେ, ଶୁଭ ଫଳ ତୁଳନାରେ ଅଶୁଭ ଫଳ ଅଧିକ ମିଳିଥାଏ।

ଆଜି ଆମେ ଆପଣଙ୍କୁ ଠାକୁର ଘରର ଅବସ୍ଥିତି ଏବଂ ଏଠାରେ ଦେବ ଦେବୀଙ୍କ ମୂର୍ତ୍ତି ରଖିବାର ଶାସ୍ତ୍ରସମ୍ମତ ବିଧି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବୁ।

ବାସ୍ତୁଶାସ୍ତ୍ର ଅନୁସାରେ, ଠାକୁର ଘର ବା ପୂଜା ଘରର ଅବସ୍ଥିତି ଉପରେ ସଚେତନ ନରହିଲେ, ପରିବାରରେ ଅଯଥା ଶିକାର ହେବାକୁ ପଡ଼ିଥାଏ।

ଠାକୁର ଘରକୁ ସବୁବେଳେ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ। ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ପୂଜା ଘର ରହିଲେ, ଘରେ ଶାନ୍ତି ବ୍ୟାହତ ହୋଇଥାଏ ଓ ଠାକୁରଙ୍କ ପୂଜାରୁ କୌଣସି ସୁଫଳ ମିଳି ନଥାଏ।

ଠାକୁର ବା ପୂଜା ଘର ଉପରେ କିମ୍ବା ଆଖପାଖରେ ବାଥରୁମ୍ ରହିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ଦୈବୀ କୋପ ପଡ଼ିବାର ଆଶଙ୍କା ରହିଥିବା କୁହାଯାଏ।

ଠାକୁର ଘରର ପ୍ରତ୍ୟେକ ମୂର୍ତ୍ତି ଓ ଫଟୋକୁ ପରସ୍ପର ଠାରୁ ଅତି କମ୍‌ରେ ୧ଇଞ୍ଚ୍‌ ଦୂରତାରେ ରଖନ୍ତୁ। ଯଦି ଜଣେ ଠାକୁରଙ୍କର ଦୁଇଟି ମୂର୍ତ୍ତି କିମ୍ବା ଫଟୋ ରହିଛି, ତେବେ ଏହି ଫଟୋ ଦୁଇଟିକୁ ସାମ୍ନା ସାମ୍ନି ରଖନ୍ତୁ ନାହିଁ।

ଶିଡ଼ି ତଳେ, ଷ୍ଟୋର୍‌ ରୁମ୍‌ କିମ୍ବା ରୋଷେଇ ଘରେ ଠାକୁରଙ୍କୁ ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାରର ସଦସ୍ୟମାନଙ୍କୁ ଦୁର୍ଭାଗ୍ୟର ଶିକାର ହେବାକୁ ପଡ଼ିଥାଏ।

ମନେ ରଖନ୍ତୁ, ଘରର ଯେଉଁ ଦିଗରେ ଠାକୁର ଘର ଥିବ ସେହି ଦିଗକୁ ଗୋଡ଼ କରି ଶୋଇବେ ନାହିଁ। ଏଭଳି କଲେ ଅଶୁଭ ଫଳ ମିଳିଥାଏ ଏବଂ ଘରେ ଅଯଥା ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ।



from Odisha Reporter https://ift.tt/2QTBrEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages